ETV Bharat / state

କୋରୋନା ପାଇଁ ଯଜ୍ଞ କଲେ ୭୨ ମଠର କର୍ମକର୍ତ୍ତା - cuttack news

କୋରୋନା ଭୂତାଣୁ ପାଇଁ ଯଜ୍ଞ । ଏହି ଭୂତାଣୁର କୌଣସି ପ୍ରତିକାର ଔଷଧ ନଥିବା ବେଳେ ଏହା ଯେପରି ଆଉ ନବ୍ୟାପିଵ, ସୋମବାର ଏଥିପାଇଁ ଯଜ୍ଞର ଆୟୋଜନ କରିଥିଲେ ୭୨ ମଠର କର୍ମକର୍ତ୍ତା ।

Prayer for corona
କୋରୋନା ପାଇଁ ଯଜ୍ଞ କଲେ ୭୨ ମଠର କର୍ମକର୍ତ୍ତା
author img

By

Published : Mar 16, 2020, 8:22 PM IST

କଟକ: କୋରୋନା ଭୂତାଣୁ ପାଇଁ ଯଜ୍ଞ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଥୋରିଆ ସାହି ସ୍ଥିତ ୭୨ ମଠ ପରିସରରେ । ସାରା ଦେଶରେ କୋରୋନା ଆତଙ୍କ ରହିଥିବା ବେଳେ ଓଡିଶାରେ ମଧ୍ୟ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହୋଇଛି । ଯାହାକୁ ନେଇ ରାଜ୍ୟରେ ଏକ ପ୍ରକାର ଚିନ୍ତା ବଢିଯାଇଛି ।

କୋରୋନା ପାଇଁ ଯଜ୍ଞ କଲେ ୭୨ ମଠର କର୍ମକର୍ତ୍ତା

ତେବେ ଏହି ଭୂତାଣୁର କୌଣସି ପ୍ରତିକାର ଔଷଧ ନଥିବା ବେଳେ ଏହା ଯେପରି ଆଉ ନବ୍ୟାପିଵ, ସେଥିପାଇଁ ସୋମବାର ୭୨ ମଠର କର୍ମକର୍ତ୍ତା ମାନେ ଯଜ୍ଞର ଆୟୋଜନ କରିଥିଲେ । ଝାଞ୍ଜ ,ମୃଦଙ୍ଗ ସହିତ ଏକ ଯଜ୍ଞ କୁଣ୍ଡର ଆୟୋଜନ କରାଯାଇଥିଲା । ରୀତିନିତି ଅନୁସାରେ ସମସ୍ତ ପୂଜା ଆୟୋଜନ କରାଯାଇଥିଲା । ଏଥିରେ ୭୨ ସଂକୀର୍ତ୍ତନ ମଣ୍ଡଳର ସର୍ବାଧିକାରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ କର୍ତ୍ତା ଭାବେ ପୂଜା କରିଥିଲେ । ଦେଶବାସୀ କିପରି ଏହି ଭୂତାଣୁରୁ ମୁକ୍ତ ହେବ ସେଥିଲାଗି ଏହି ଯଜ୍ଞର ଆୟୋଜନ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.