ETV Bharat / state

ସପ୍ତାହନ୍ତ ସଟଡାଉନରେ ଆହାର କେନ୍ଦ୍ର ବନ୍ଦ, ଚିନ୍ତାରେ ଗରିବ ଲୋକ

କୋଭିଡ କଟକଣା ମଧ୍ୟରେ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆହାର କେନ୍ଦ୍ର ସପ୍ତାହାନ୍ତ ସଟଡାଉନରେ ବନ୍ଦ ରହୁଛି । ଲୋକମାନେ ଦାନା ମୁଠାଏ ପାଇଁ ଡହଳ ବିକଳ ହେଉଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 12, 2021, 7:37 AM IST

ସପ୍ତାହନ୍ତ ସଟଡାଉନରେ ଅହର କେନ୍ଦ୍ର ବନ୍ଦ, ଚିନ୍ତାରେ ଗରିବ ଲୋକ

କଟକ: କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାରି ରହିଛି ଲକଡାଉନ ଓ ସଟଡାଉନ । କଟକଣା ହେତୁ ଅନେକ ଅନୁଷ୍ଠାନ ବନ୍ଦ ରହୁଛି । ବିଶେଷ କରି ଗରିବ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଆହାର କେନ୍ଦ୍ର ସପ୍ତାହନ୍ତ ସଟଡାଉନରେ ବନ୍ଦ ରହୁଛି ।

ଶନବାର ଓ ରବିବାର ଦୁଇ ଦିନ ପାଇଁ ଆହର କେନ୍ଦ୍ରରେ ଝୁଲୁଛି ତାଲା । ଏଠାକୁ ଆସୁଥିବା ଅନେକ ଲୋକ ଖାଦ୍ୟ ନପାଇ ଫେରିଯାଉଛନ୍ତି । ତେବେ ଏହାର ସମାଧାନ ହେବା ଆବଶ୍ୟକ । କାରଣ ଯେଉଁମାନେ ଦିନ ମଜୁରୀ କରି ନିଜର ପେଟ ପୋଷୁଛନ୍ତି କିମ୍ବା ରାସ୍ତା କଡରେ ଭିକ ମାଗି ଚଳୁଛନ୍ତି ସେମାନେ ଆହାର ଗଣ୍ଡାଏ ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଯଦି ଆହାର କେନ୍ଦ୍ର ସଟଡାଉନରେ ଖୋଲାଯାଇପାରନ୍ତା ତେବେ ଅନେକ ଭୋକିଲା ପେଟକୁ ଦାନା ମିଳିପାରନ୍ତା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.