ETV Bharat / state

SI ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଓଡ଼ିଶା ପୋଲିସର ସବ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହୋଇଥିବା ଅଭିଯୋଗରେ SI ଆଶାୟୀଙ୍କ ଆନ୍ଦୋଳନ । ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

author img

By

Published : Dec 26, 2022, 6:27 PM IST

SI ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ
SI ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ
SI ପରୀକ୍ଷାରେ ଅନିୟମିତତା ଅଭିଯୋଗ

କଟକ: ଓଡ଼ିଶା ପୋଲିସର ସବ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । ପାତରଅନ୍ତର କରାଯାଇ ପିଲାଙ୍କୁ ମାର୍କ ଦିଆଯାଇ ନିଯୁକ୍ତି ଦିଆଯାଉଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି SI ପରୀକ୍ଷାର୍ଥୀ । ପରୀକ୍ଷାରେ ପାରଦର୍ଶିତା ନରହି କେବଳ ଦୁର୍ନୀତି କରାଯାଉଛି । ଏଭଳି ଅଭିଯୋଗ କରି କଟକ ବକ୍ସି ବଜାରସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ଶତାଧିକ ଆଶାୟୀ ପ୍ରତିବାଦ କହିଛନ୍ତି ।

୨୦୧୮ ମସିହାରେ ସବ୍‌ ଇନ୍ସପେକ୍ଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ପ୍ରକାଶ ପାଇଥିବା ମେରିଟ ଲିଷ୍ଟରେ ଅନେକ ବିଭ୍ରାଟ ହୋଇଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି । ବାସ୍ତବରେ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥୀ ଅଚାନକ ଶତ ପ୍ରତିଶତ ମାର୍କ ରଖିଛନ୍ତି । ଏହା ସହିତ ଚୂଡାନ୍ତ ମେରିଟ ଲିଷ୍ଟ ସେମାନଙ୍କର ନାଁ କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ତ୍ରୁଟିପୂର୍ଣ୍ଣ ପରୀକ୍ଷା ପରିଚାଳନା କରାଯାଉଛି । ତେବେ ଆସନ୍ତା ୫ ତାରିଖରେ ଦିଆଯିବାକୁ ଥିବା ନିଯୁକ୍ତିପତ୍ରକୁ ସ୍ଥଗିତ ରଖିବା ସହ ଭଲ ଏଜେନ୍ସି ଜରିଆରେ ଆସନ୍ତା ସବ ଇନ୍ସପେକ୍ଟର ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରାଯାଉ ବୋଲି ଦାବି କରି ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବିପତ୍ର ଦିଆଯାଇଛି ।

ଏବାବଦରେ ଜଣେ ଆଶାୟୀ ମନୋଜ ସାମନ୍ତାରାୟ କହିଛନ୍ତି "SI ନିଯୁକ୍ତିରେ ବହୁ ବିଭ୍ରାଟ ହୋଇଛି । ୨୦୧୮ ଓ ୨୦୧୯ ମସିହାରେ ଏହି ବିଭ୍ରାଟ ହୋଇଛି । ପୂର୍ବରୁ ଯେଉଁ ପିଲାମାନେ ବହୁତ କମ ମାର୍କ ରଖିଥିଲେ । ସେହି ପିଲାମାନେ ଏବେ ଅଧିକ ମାର୍କ ରଖିଛନ୍ତି । ଯାହା ସମ୍ଭବ ନୁହେଁ । ଇତିହାସ ବିଭାଗରେ ଏସସି କାଟାଗୋରୀରେ ୧୦୦ ପ୍ରତିଶତରୁ ୯୩ ପ୍ରତିଶତ ମାର୍କ ପିଲାମାନେ ରଖିଛନ୍ତି । ଏହାର କଟ ଅଫ ମାର୍କ ୯୫ ରହିଛି । ଯାହା SI ନିଯୁକ୍ତି ବଡ଼ ବିଭ୍ରାଟ ହୋଇଥିବା ସୂଚିତ କରୁଛି । ଏନେଇ ଆମ ପାଖରେ ହାର୍ଡକପିର ପ୍ରମାଣ ମଧ୍ୟ ମହଜୁଦ ରହିଛି । ଆମେ ଚାହୁଁଛୁ ବିଭ୍ରାଟରେ ହୋଇଥିବା ନିଯୁକ୍ତିକୁ ସ୍ଥଗିତ କରାଯାଉ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.