ETV Bharat / state

ସୋହେଲାରୁ ରବି-ଖରିଫ ଧାନ କିଣା, କ୍ବିଣ୍ଟାଲ ୩୧୦୦, MSP ଉପରେ ବୋନସ - Paddy Procurement

ବରଗଡ଼ ଜିଲ୍ଲା ସୋହେଲାରୁ ଆରମ୍ଭ ହେବ ଚଳିତ ସିଜିନର ଧାନ କିଣା । କ୍ବିଣ୍ଟାଲ ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଉପରେ ଅତିରିକ୍ତ ୮୦୦ ଟଙ୍କା ଦେବେ ରାଜ୍ୟ ସରକାର ।

author img

By ETV Bharat Odisha Team

Published : 2 hours ago

Updated : 2 hours ago

PADDY PROCUREMENT
PADDY PROCUREMENT (ETV BHARAT ODISHA)

ଭୁବନେଶ୍ବର: ଧାନ କିଣାକୁ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବରଗଡ ସୋହେଲାରୁ ଧାନ କିଣା ଆରମ୍ଭ କରିବେ ବିଜେପି ସରକାର । 3100 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (MSP)ରେ ଚାଷୀଙ୍କ ଠାରୁ ଧାନ କିଣିବେ ରାଜ୍ୟ ସରକାର । 'ଯେଉଁ ସୋହେଲାରେ ପୂର୍ବ ବିଜେଡି ସରକାର 100 ଟଙ୍କା ବୋନସ ଦେବେ କହି ଚାଷୀଙ୍କୁ ଦେଇନଥିଲେ । ସେହି ସୋହେଲାରୁ ହିଁ ଧାନ ଏମଏସପିରେ ଅଧିକ 800 ଟଙ୍କା ବୋନସ ଦେଇ ଧାନ କିଣିବେ ବିଜେପି ସରକାର ।' ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ।

ଯେବେଠୁ ମଣ୍ଡିକୁ ଧାନ ଆସିବ କିଣାଯିବ:

ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମନ୍ତ୍ରୀ କହିଛନ୍ତି, ''ଧାନ ଯେବେଠୁ ମଣ୍ଡିକୁ ଆସିବ କିଣାଯିବ । 3100 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଧାନ କିଣିବେ ସରକାର । ରବି ଏବଂ ଖରିପ ଧାନ ଉଭୟ କିଣାଯିବ । ଡିବିଟି(DBT) ମାଧ୍ୟମରେ ଚାଷୀଙ୍କ ଟଙ୍କା ପଠାଯିବ । ମଣ୍ଡିକୁ ଧାନ ପ୍ରତି ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଆସେ । ଟୋକେନ ଯେଉଁ ଇସୁ କରାଯିବ, ଯେଉଁ ଦିନରେ ଧାନ ମଣ୍ଡିକୁ ଆସିବ ତାର 48 ଘଣ୍ଟା ମଧ୍ୟରେ ଧାନ କିଣାଯିବ । ''

PADDY PROCUREMENT (ETV BHARAT ODISHA)
  • ଧାନ ଯେବେଠୁ ମଣ୍ଡିକୁ ଆସିବ କିଣାଯିବ
  • କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(MSP)ରେ ଚାଷୀଙ୍କଠାରୁ ଧାନ କିଣିବେ ସରକାର
  • ରବି ଏବଂ ଖରିପ ଉଭୟ ଧାନ କିଣାଯିବ
  • ଡିବିଟି (DBT) ମାଧ୍ୟମରେ ଚାଷୀଙ୍କୁ ଟଙ୍କା ପଠାଯିବ
  • ପ୍ରତି ଜିଲ୍ଲାରେ ଅଲଗା ଅଲଗା ତାରିଖରେ ମଣ୍ଡିକୁ ଧାନ ଆସେ
  • ଏଥିପାଇଁ ଟୋକେନ ଦିଆଯିବ
  • ଯେଉଁ ଦିନ ଧାନ ମଣ୍ଡକୁ ଆସିବ ତାର ୪୮ ଘଣ୍ଟା ମଧ୍ୟରେ କିଣାଯିବ

ଗତ ଦୁଇ ଦିନ ତଳେ ବିଜେପି ପ୍ରେସମିଟ୍ କରି କହିଥିଲା, ନଭେମ୍ବର ମାସରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଏମଏସପିଠାରୁ ୮୦୦ ଟଙ୍କା ଅଧିକ ଦେଇ ଧାନ କିଣିବେ ସରକାର । ବିଜେପି ନେତା ସମୀର ଦାଶ ପ୍ରେସମିଟ୍ କରି ଏନେଇ ସୂଚନା ଦେଇଥିଲେ । ବରଗଡ଼ ଜିଲ୍ଲା ସୋହେଲାରୁ ଧାନ କିଣା ଆରମ୍ଭ ହେବ। ପୂର୍ବ ସରକାର ଚାଷୀଙ୍କୁ 100 ଟଙ୍କା ଲେଖାଏଁ ବୋନସ୍ ଦେବାକୁ ଘୋଷଣା କରିଥିଲେ ଏହି ଜାଗାରୁ ।

ଏହା ମଧ୍ୟ ପଢନ୍ତୁ-ଧାନ କିଣା ଅବ୍ୟବସ୍ଥା: ଗୁଡଭେଳା ତେଜିଲା ଚାଷୀ ଆନ୍ଦୋଳନ, ୧୨ ଘଣ୍ଟିଆ ବନ୍ଦ ସଫଳ

ଏହା ମଧ୍ୟ ପଢନ୍ତୁ-ଦୁର୍ନୀତି ହଟାଇବା ସହ ଧାନ କିଣା କଟନୀ ଛଟନୀ ଉପରେ ଦେବି ଗୁରୁତ୍ୱ: ଖାଦ୍ୟ ଯୋଗାଣ ମନ୍ତ୍ରୀ - KRUSHNA PATRA VISITS DHENKANAL

ଏହା ମଧ୍ୟ ପଢନ୍ତୁ-ନଭେମ୍ବରରୁ ବର୍ଦ୍ଧିତ MSPରେ ଧାନ କିଣିବେ ରାଜ୍ୟ ସରକାର, କ୍ୱିଣ୍ଟାଲ ପିଛା ଦେବେ ଅଧିକ 800ଟଙ୍କା - Paddy Procurement

ଅକ୍ଟୋବର ୫ ରେ ମିଳିବ ପିଏମ କିଷାନର ୧୮ତମ କିସ୍ତି:

ପିଏମ କିଷାନ ଯୋଜନା ନେଇ କୃଷିମନ୍ତ୍ରୀ କହିଛନ୍ତି, ''ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୫ ତାରିଖରେ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ବଣ୍ଟନ କରିବେ । ପ୍ରତ୍ୟେକ ଜିଲ୍ଲା ସ୍ତରରେ ଚାଷୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ । ଅକ୍ଟୋବର ୫ରେ ମିଳିବ ପିଏମ କିଷାନ ଟଙ୍କା । ମହାରାଷ୍ଟ୍ରରୁ ଯୋଜନାର ୧୮ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ପ୍ରତି ହିତାଧିକାରୀଙ୍କ ଏକାଉଣ୍ଟକୁ ୨୦୦୦ ଟଙ୍କା ଆସିବ । ଚାଷୀଙ୍କ ଖାତାକୁ ଯିବ ୯ କୋଟି ୫୦ ଲକ୍ଷ ଟଙ୍କା ।

  • ଅକ୍ଟୋବର ୫ରେ ଚାଷୀଙ୍କୁ ପିଏମ କିଷାନ ଯୋଜନାର ୧୮ତମ କିସ୍ତି
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ କିଷାନ ସହାୟତା ରାଶି ବଣ୍ଟନ କରିବେ
  • ପ୍ରତ୍ୟେକ ଜିଲ୍ଲା ସ୍ତରରେ ଚାଷୀମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ
  • ପ୍ରତି ହିତାଧିକାରୀଙ୍କ ଏକାଉଣ୍ଟକୁ ୨୦୦୦ ଟଙ୍କା ଆସିବ
  • ଏହି ପର୍ଯ୍ୟାୟରେ ଚାଷୀଙ୍କ ଖାତାକୁ ଯିବ ୯ କୋଟି ୫୦ ଲକ୍ଷ ଟଙ୍କା

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.