ETV Bharat / state

ସମ୍ବଲପୁର ମଣ୍ଡଳ କାରାଗାରରେ ଅତର୍କିତ ଚଢାଉ, ମାଦକ ଦ୍ରବ୍ୟ ଜବତ - Raid In Jail

ସମ୍ବଲପୁର ମଣ୍ଡଳ କାରାଗାରରେ (ଜେଲ୍) ଆଜି ଭୋର ସମୟରେ ପୋଲିସର ଚଢାଉ । ୨ ଘଣ୍ଟାର ଖାନତଲାସି ବେଳେ ଗୁଟକା, ଭାଙ୍ଗ ଓ ଖଇନି ଭଳି ମାଦକ ଦ୍ରବ୍ୟ ଜବତ ।

author img

By ETV Bharat Odisha Team

Published : 3 hours ago

Updated : 2 hours ago

POLICE RAID IN JAIL
POLICE RAID IN JAIL (ETV BHARAT ODISHA)

ସମ୍ବଲପୁର: ଜେଲରେ ରାତି ଅଧିଆ ରେଡ । ସମ୍ବଲପୁର ମଣ୍ଡଳ କାରାଗାରରେ ଜିଲ୍ଲା ପୋଲିସର ରାତି ଅଧିଆ ଚଢାଉ । ଭୋର 4ଟାରେ ରେଡ କରି ଗୁଟକା, ଭାଙ୍ଗ, ଖଇନି ଇତ୍ୟାଦି ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ । ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେଲରେ 2 ଘଣ୍ଟା ଧିର ପୋଲିସ ରେର୍ଡ କରିଥିଲା । ତେବେ କେଉଁ ଜେଲ ଭିତରକୁ ଏହି ମାଦକ ଦ୍ରବ୍ୟ କିପରି ଆସିଲା ସେନେଇ ଜେଲ ପରିଚାଳନା ଓ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୫୭୬ ଅନ୍ତେବାସୀଙ୍କ ବେଡରୁ ମାଦକ ଦ୍ରବ୍ୟ ଜବତ:

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ୪ଟା ସମୟରେ ସମ୍ବଲପୁର ମଣ୍ଡଳ କାରାଗାରରେ ହଠାତ ପହଞ୍ଚିଥିଲ ଜିଲ୍ଲା ପୋଲିସ । ଜେଲ ଭିତରେ ଚଢାଉ କରି 2 ଘଣ୍ଟା ଛାନଭିନ କରିବା ପରେ ଗୁଟକା, ଭାଙ୍ଗ, ଖଇନି ଜବତ କରାଯାଇଥିଲା । ଜେଲର 22 ଟି ୱାର୍ଡରେ ଥିବା 576 ଜଣ ଅନ୍ତେବାସୀଙ୍କ ବେଡ଼ରେ ପୋଲିସ ଖୋଜା ଖୋଜି କରି ଏହି ସାମଗ୍ରୀ ଜବତ କରିଛି । ଚଢାଉରେ ସମ୍ବଲପୁର ଏସପି ମୁକେଶ ଭାମୁ, ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ, ବୁର୍ଲା ଏସଡ଼ିପିଓ, 4 ପ୍ଲାଟୁନ ପୋଲିସ ସାମିଲ ହୋଇଥିଲେ ।

POLICE RAID IN JAIL (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବନ୍ଧା ହେଲେ ମୁଖ୍ୟଯନ୍ତ୍ରୀ ଏନଭି ହରିହର, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ - NV Harihara Rao arrested

ଏହା ମଧ୍ୟ ପଢନ୍ତୁ-ଜେଲ ଗଲେ କୋଠାପ୍ରେମୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଥିଲା ଭିଜିଲାନ୍ସ - Prasanna sent to judicial Custody

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ଖାଦ୍ୟ ସୁରକ୍ଷା ଅଧିକାରୀ, ଫ୍ୟାକ୍ଟ୍ରି ଲାଇସେନ୍ସ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ - FSO IN VIGILANCE NET

କେମିତି ଜେଲ ଭିତରକୁ ଗଲା ମାଦକ ଦ୍ରବ୍ୟ ?

POLICE RAID IN JAIL
POLICE RAID IN JAIL (ETV BHARAT ODISHA)

ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରେଶ ଚନ୍ଦ୍ର ପାଣ୍ଡେ କହିଛନ୍ତି,'' ଭୋର ସମୟରେ ସମ୍ବଲପୁର ସେଣ୍ଟ୍ରାଲ ଜେଲରେ ଚଢାଉ କରାଯାଇଥିଲା । ଚେକିଂ ସୟମରେ ଜେଲ ଭିତରୁ ମାଦକ ଦ୍ରବ୍ୟ ଜବତ କରାଯାଇଛି । ଖଇନି, ପାନ ମସଲା, ବିଡ଼ି ଓ ଲାଇଟର ଆଦି ଜବତ ହୋଇଛି । ଜେଲରେ ସିସିଟିଭି ଲାଗିଛି ଓ ତାହା ଭଲ ଭାବେ କାମ ମଧ୍ୟ କରୁଛି । ଜେଲରେ ଥିବା କଏଦୀ ମାନେ ଲୁଚେଇ ରଖୁଛନ୍ତି ମାଦକ ଦ୍ରବ୍ୟ । ଅନ୍ତେବାସୀମାନେ ଜେତେବେଳେ ଜେଲରେ ଏଣ୍ଟ୍ରି କରୁଛନ୍ତି ସେତେବେଳେ ମେଟାଲ ଡିଟେଲରେ ଚେକ ହୋଇଥାଏ । ଏହା ସତ୍ତ୍ବେ ମଧ୍ୟ ସେମାନେ କୌଣସି ମତେ ଲୁଚେଇ କି ମାଦକ ଦ୍ରବ୍ୟ ରଖିଛନ୍ତି । ତେଣୁ କିପରି ଭାବରେ ଜେଲ ଭିତରକୁ ଏହି ସବୁ ସାମଗ୍ରୀ ଯାଉଛି ତାର ତଦନ୍ତ ହେବ । ''

POLICE RAID IN JAIL
POLICE RAID IN JAIL (ETV BHARAT ODISHA)

ଇଟିଭି ଭାରତ, ସମ୍ବଲପୁର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.