ETV Bharat / state

BSKY Fraud: କଟକ ଘରୋଇ ହସ୍ପିଟାଲରୁ ୧.୧୫ କୋଟି ଜବତ କଲା ପୋଲିସ

author img

By

Published : Jan 17, 2023, 8:37 PM IST

କଟକର ଘରୋଇ ହସ୍ପିଟାଲ ସାଉଥ ପଏଣ୍ଟର BSKY ଦୁର୍ନୀତି ଘଟଣା । ଆଜି ହସ୍ପିଟାଲର ବେଆଇନ ଉଚ୍ଛେଦ ହୋଇଥିବା ବେଳେ ହସ୍ପିଟାଲରୁ ୧.୧୫ କୋଟି ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

BSKY Fraud
BSKY Fraud
BSKY Fraud: କଟକ ଘରୋଇ ହସ୍ପିଟାଲରୁ ୧.୧୫ କୋଟି ଜବତ କଲା ପୋଲିସ

କଟକ: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (BSKY) କାର୍ଡ ଜାଲିଆତି ପ୍ରସଙ୍ଗରେ ସାଉଥ ପଏଣ୍ଟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାଳ ମାଳ ଅଭିଯୋଗ । କିଛି ଦିନ ପୂର୍ବରୁ ଡାକ୍ତରଙ୍କୁ ଠକିବା ଅଭିଯୋଗ ହୋଇଥିଲା । ବିଶେଷକରି କୋରୋନା ସମୟରେ ଉକ୍ତ ହସ୍ପିଟାଲରେ ଡ୍ୟୁଟି କରିଥିବା କିଛି ଡାକ୍ତରଙ୍କୁ ଚୁକ୍ତି ଅନୁଯାୟୀ ଟଙ୍କା ଦେଇନଥିଲେ ହସ୍ପିଟାଲର କର୍ତ୍ତୃପକ୍ଷ । ଏନେଇ ବାଦାମବାଡ଼ି ଥାନାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ତେବେ ଘଟଣାର ତଦନ୍ତ କରି ସାଉଥ ପଏଣ୍ଟ ହସ୍ପିଟାଲରୁ ୧ କୋଟି ୧୫ ଲକ୍ଷ ଟଙ୍କା ଜବତ କରିଛି କଟକ କମିସନରେଟ ପୋଲିସ । ହସ୍ପିଟାଲର ଅନେକ ତଥ୍ୟ ଓ ପ୍ରମାଣ ଜବତ କରାଯାଇଛି। ତେବେ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ ହୋଇଥିବା କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

କଟକରେ ବିଜୁ ସ୍ବାସ୍ଥ୍ୟକାର୍ଡରେ ମହା ଘୋଟଲା ଅଭିଯୋଗରେ ଖୋଲୁଛି ଅନେକ ଦୁର୍ନୀତିର ପେଡି଼। କାର୍ଡଧାରୀଙ୍କୁ ୨ ହଜାର ଟଙ୍କା ଦେଇ ଲକ୍ଷ ଲକ୍ଷ ଲୁଟୁଥିଲା ଏହି ବେସରକାରୀ ହସ୍ପିଟାଲ । ସୁସ୍ଥ ରୋଗୀଙ୍କୁ ହସ୍ପିଟାଲରେ ଆଡ଼ମିଶନ କରାଇ ଲୁଟୁଥିଲେ ଟଙ୍କା । କେବଳ କାଗଜପତ୍ରରେ ରୋଗୀ ଚିକିତ୍ସା କରି ସରକାରଙ୍କଠାରୁ ଲକ୍ଷ ଲକ୍ଷ ବିଲ୍‌ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଖାନନଗର ସ୍ଥିତ ସାଉଥ ପଏଣ୍ଟ ହସ୍ପିଟାଲ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗକୁ ନେଇ ଏବେ ଆକ୍ସନ ମୋଡ୍‌ରେ ରାଜ୍ୟ ସରକାର।

ଏହା ବି ପଢନ୍ତୁ-BSKYରେ ଅନିୟମିତତା: ଘରୋଇ ହସ୍ପିଟାଲରେ ଚାଲିଲା ବୁଲଡୋଜର, ଜବରଦଖଲ ଉଚ୍ଛେଦ କଲା CMC

ବୟାଳିଶମୌଜା ଅଞ୍ଚଳର କିଛି ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏଭଳି କାଣ୍ଡ ଭିଆଇଛନ୍ତି ମୁନଫାଖୋର ସ୍ବାସ୍ଥ୍ୟ ବ୍ୟବସାୟୀ । ଏହି ଘୋଟଲାରେ ସାମିଲ ଥିବା ୫ଜଣ ହସ୍ପିଟାଲ କର୍ମଚାରୀଙ୍କୁ ପୂର୍ବରୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରମାକାନ୍ତ ସାସେନି, ଲକ୍ଷ୍ମୀଧର ସ୍ଵାଇଁ, ତ୍ରିନାଥ ବେହେରା, ଶୁଭ୍ରାଂଶୁ ଶେଖର ରାଉତ ଓ ହସ୍ପିଟାଲ ମାଲିକ ବିନୟ ସନ୍ତୁକା । ଏମାନେ ଏରଞ୍ଜରୁ ୫ଜଣ ଓ କୁଳ ସରୁଚୁଆରୁ ୪ଜଣ କାର୍ଡଧାରୀଙ୍କଠାରୁ କାର୍ଡ ନେଇ ବେଆଇନ ଭାବରେ ଲକ୍ଷାଧିକ ଟଙ୍କା ଉଠାଇଥିଲେ ।

କାର୍ଡଧାରୀଙ୍କ କହିବା ମୁତାବକ ଦଲାଲମାନେ ରିନୁଆଲ ନାଁରେ ସେମାନଙ୍କ କାର୍ଡ ସ୍ବାବ କରି ଫିଙ୍ଗର ପ୍ରିଣ୍ଟ ନେଇଯାଇଥିଲେ । ଏପରିକି ଅଫିସରୁ ଫୋନ ଆସିଲେ ପରିବାର ଲୋକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା କଥା କହିବାକୁ କହିଥିଲେ । ଏହି ରାକେଟ୍ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଜଣାଇ ଧରା ପକାଇଥିଲେ କାର୍ଡଧାରୀ । ଆଜି ଏହି ହସ୍ପିଟାଲରେ CMCର ବୁଲଡୋଜର ବୁଲିଛି । ବେଆଇନ ଜବରଦଖଲକୁ ଉଚ୍ଛେଦ ମଧ୍ୟ କରିଛି ସିଏମସି । ହସ୍ପିଟାଲର ବିଲ୍ଡିଂ ଆପ୍ରୁଭାଲର ବି ଚାଲିଛି ଖୋଳତାଡ଼ ।

ବେଆଇନ ଭାବେ ପାର୍କିଂ ବି ରହିଥିବା ସୂଚନା ମିଳିଛି । ଏହାର ଠକେଇ ଅଭିଯୋଗରେ ଗତକାଲି GST ମଧ୍ୟ ରେଡ୍‌ କରିଥିଲା । ତେବେ ଗତକାଲି କଟକ ସହରର ଏକକାଳୀନ ୩ଟି ସ୍ଥାନରେ ଜିଏସଟି ରେଡ୍ ହୋଇଥିଲା । କଟକ ଖାନନଗର ସାଉଥ୍ ପଏଣ୍ଟ ହସ୍ପିଟାଲ ଓ ହସ୍ପିଟାଲ ମାଲିକଙ୍କ ଘର ଓ ଜାଉଁଳିଆପଟି ମୀରା ଫାର୍ମାସୀରେ ପଡ଼ିଥିଲା ରେଡ୍‌। ବିଏସକେୱାଇ ରିନୁଆଲ ବାହାନାରେ ଟଙ୍କା ଠକି କିଛି ଦିନ ତଳେ ଗିରଫ ହୋଇଛନ୍ତି ହସ୍ପିଟାଲ ମାଲିକ ବିନୟ ସନ୍ତୁକା । ଏହି ଘଟଣାରେ ଅଧିକ ଯାଞ୍ଚ ପାଇଁ ଏହି ରେଡ୍ କରାଯାଇଥିଲା। ତେବେ ଆଜି ବେଆଇନ ଜବରଦଖଲକୁ ଉଚ୍ଛେଦ କରିଛି କଟକ ମହାନଗର ଇନଫୋର୍ସମେଣ୍ଟ ସ୍କ୍ବାର୍ଡ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.