ETV Bharat / state

ନାବାଳିକା ଗଣଦୁଷ୍କର୍ମ ମାମଲା, ହାଇକୋର୍ଟରେ ହାଜର ହେବେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜି - High Court

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିଜିପି ଓ ଏଡିଜିଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବାକୁ ନଭେମ୍ବର ୧୮ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଆଜି ହାଇକୋର୍ଟରେ ହାଜର ହେବେ ପୋଲିସ ଡିଜି
ଆଜି ହାଇକୋର୍ଟରେ ହାଜର ହେବେ ପୋଲିସ ଡିଜି
author img

By

Published : Dec 16, 2020, 9:59 AM IST

କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି(ବୁଧବାର) ହାଇକୋର୍ଟରେ ହାଜର ହେବେ ପୋଲିସ ଡିଜି ଅଭୟ ଓ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହି ତଦନ୍ତ ମାମଲାର ଅଗ୍ରଗତି ନେଇ ମଧ୍ୟ ଦାଖଲ କରିବେ ସତ୍ୟପାଠ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି ଓ ଏଡିଜି କୋର୍ଟରେ ହାଜର ହେବାକୁ ନଭେମ୍ବର ୧୮ରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଏହି ଘଟଣାର ଅଭିଯୁକ୍ତ ଘରୋଇ ଗଣମାଧ୍ୟମ ସଂସ୍ଥାର କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଓ ସିକୁରୀଟି ଗାର୍ଡ ବିଜୟ ରାଉତ ଓ ଶ୍ରୀବତ୍ସ ସାମଲକୁ ଗତ ୧୪ ତାରିଖରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏବେ ଏହି ଅଭିଯୁକ୍ତମାନେ ଝାରପଡା ଜେଲରେ ଅଛନ୍ତି।

ବହୁଚର୍ଚ୍ଚିତ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି, ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ନଭେମ୍ବର ୯ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହ ନଭେମ୍ବର ୧୮ରେ ଭିଡିଓ କନ୍ଫରେନ୍ସିରେ ପୋଲିସ ଡିଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଏକ ସତ୍ୟପାଠ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଅଦାଲତ।

ଅକ୍ଟୋବର ୧୪ ତାରିଖରେ ଏହି ମାମଲାର ଶୁଣାଣି କରି ପୀଡ଼ିତା ଓ ତାର ମା’କୁ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଅକ୍ଟୋବର ୬ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି।

ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କ୍ରାଇମବ୍ରାଞ୍ଚ ଏହି ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ପ୍ରାର୍ଥନା କରିଥିଲା। ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ଏସପିଙ୍କୁ ସହଯୋଗ କରୁଛନ୍ତି ।

ଅନ୍ୟପଟେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି। ସେମାନଙ୍କ ପଲିଗ୍ରାଫ୍‌ ଟେଷ୍ଟ ମଧ୍ୟ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.