ETV Bharat / state

ଜଗତପୁର ନାବାଳକ ହତ୍ୟାକାଣ୍ଡ: ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହୋଇଥିଲା ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Dec 25, 2023, 4:06 PM IST

Jagatpur Minor Boy Murder Case: କଟକ ଜଗତପୁର ଥାନା ପୂର୍ବକଚ୍ଛ ନାବାଳକକୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାଣ୍ଡର ୯ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ଜଗତପୁର ନାବାଳକ ହତ୍ୟାକାଣ୍ଡ
ଜଗତପୁର ନାବାଳକ ହତ୍ୟାକାଣ୍ଡ
ଜଗତପୁର ନାବାଳକ ହତ୍ୟାକାଣ୍ଡ

କଟକ: ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । କଟକ ଜଗତପୁର ପୂର୍ବକଚ୍ଛରେ ଛାତ୍ର ଜ୍ୟୋତିପ୍ରକାଶ ବେହେରାକୁ ଗଳା କାଟି ନିର୍ମମ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଛି । ହତ୍ୟାକାଣ୍ଡର 9 ଦିନ ପରେ ଅଭିଯୁକ୍ତ ଗିରଫ । ସେପଟେ ନାବାଳକ ଜଣକୁ ହତ୍ୟା କରିଥିବା ଅଭିଯୋଗରେ ସେହି ଗ୍ରାମର ବାସିନ୍ଦା ବାବୁଲି ପଣ୍ଡା ନାମକ ଜଣେ ଯୁବକକୁ ଗିରଫ କରିଛି ଜଗତପୁର ଥାନା ପୋଲିସ ।

ତେବେ ଗତ 16 ତାରିଖ ରାତିରେ ନାବାଳକ ଜ୍ୟୋତିପ୍ରକାଶଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ବାବୁଲି । ଧାନ କଟା ଦା"ରେ ଅତି ନିର୍ମମ ଭାବେ ବେକକୁ କାଟି ହତ୍ୟା କରି ଥିଲା ଅଭିଯୁକ୍ତ । ଆଜି ସକାଳୁ ଅଭିଯୁକ୍ତ ବାବୁଲିକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ କରିଛି ପୋଲିସ । ଅଭିଯୁକ୍ତ ଜଣକ ଦୀର୍ଘ ଦିନ ଧରି ମୃତ ଛାତ୍ର ଜ୍ୟୋତିପ୍ରକାଶଙ୍କୁ ଶାରୀରିକ ଶୋଷଣ କରି ଆସୁଥିଲା । ଅନ୍ୟଦିନ ଭଳି 16 ତାରିଖ ରାତିରେ ମଧ୍ୟ ବାବୁଲି ଜ୍ୟୋତିପ୍ରକାଶଙ୍କୁ ସ୍ଥାନୀୟ ଅଂଚଳରେ ଥିବା ଏକ ପରିତ୍ୟକ୍ତ ଘର ମଧ୍ୟକୁ ଡାକି ଥିଲା । ସେପଟେ ଶାରୀରିକ ଶୋଷଣର ଶିକାର ହେଉଥିବା ଜ୍ୟୋତିପ୍ରକାଶ ଏନେଇ ନିଜ ଘର ଲୋକଙ୍କୁ କହିଦେବ ବୋଲି ଧମକ ଦେବା ପରେ ଏହା ଶୁଣି ଅଭିଯୁକ୍ତ ବାବୁଲି ପ୍ରଥମେ ଜ୍ୟୋତିପ୍ରକାଶଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରି ଥିଲା । ଜ୍ୟୋତିପ୍ରକାଶ ବେହୋସ ହୋଇ ଯିବା ପରେ ଏକ ଧାନ କଟା ଦା ' ସାହାଯ୍ୟରେ ତାର ବେକକୁ କାଟି ଦେଇ ଥିଲା । ଏହା ପରେ ମୃତ ଦେହକୁ ଘୋଷାରି ଘୋଷାରି ନେଇ ବିଲ ହୁଡ଼ାରେ ଫିଙ୍ଗି ଚାଲି ଯାଇଥିଲା । ଆଜିର କ୍ରାଇମ ସିନ ରିକ୍ରିଏସନ ସମୟରେ ଅଭିଯୁକ୍ତ ବାବୁଲା ସମସ୍ତ କଥାକୁ ପୋଲିସ ଆଗରେ ବଖାଣି ଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା, ପୋଖରୀ ହୁଡାରୁ ମୃତଦେହ ଉଦ୍ଧାର

ତେବେ ଗତ ୧୬ ତାରିଖରେ ନାବାଳକକୁ ଗଳା କାଟି ହତ୍ୟା କରାଯାଇଥିଲା । କଟକ ଜଗତପୁର ପୂର୍ଵକଛ ଅଂଚଳର ଘଟିଥିଲା ଏହି ଅଭାବନୀୟ ଘଟଣା । ଗାଁ ପୋଖରୀ ହୁଡ଼ାରେ ମୃତଦେହ ପଡିରହିଥିଲା । ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିଲା ନାବାଳକ ଜ୍ୟୋତିପ୍ରକାଶ ବେହେରା । ଏହି ସଙ୍ଗିନ ଘଟଣା ପରେ ସ୍ତାନୀୟ ଅଂଚଳ ଜଗତପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ କିଏ ଓ କାହିଁକି ଏପରି ଜଘନ୍ୟ କାଣ୍ଡ ବିହାଇଲା ତାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଥିଲା । ସେପଟେ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ବାବୁଲି ପଣ୍ଡାକୁ ଗିରଫ କରିଛିପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.