ETV Bharat / state

କମିଶନରେଟ ପୋଲିସକୁ ବଡ ସଫଳତା, ବନ୍ଧୁକ ଡିଲ ବେଳେ 2 ହାର୍ଡକୋରଙ୍କ ସହ 7 ଗିରଫ - commisonrate police

ସଂଘବଦ୍ଧ ଅପରାଧ ବିରୋଧରେ ପୋଲିସକୁ ମିଳିଛି ସଫଳତା। ବନ୍ଧୁକ ଡ଼ିଲ ସମୟରେ ୭ ଜଣ ଗିରଫ । ଅଧିକ ପଢନ୍ତୁ...

କମିଶନରେଟ ପୋଲିସକୁ ବଡ ସଫଳତା , ବନ୍ଧୁକ ଡିଲବେଳେ 2 ହାର୍ଡକୋରଙ୍କ ସହ 7 ଗିରଫ

author img

By

Published : Mar 31, 2021, 3:29 PM IST

Updated : Mar 31, 2021, 4:32 PM IST

କଟକ: ସଂଘବଦ୍ଧ ଅପରାଧ ବିରୋଧରେ ପୋଲିସକୁ ମିଳିଛି ବଡ ସଫଳତା। ଚୋରା ବନ୍ଧୁକ ଡ଼ିଲ ସମୟରେ ୭ ଜଣଙ୍କୁ ଗିରଫ କଲା ପୋଲିସ। ଗିରଫଙ୍କ ମଧ୍ୟରେ 2 କୁଖ୍ୟାତ ଅପରାଧୀ ଥିବା ସୂଚନା ରହିଛି । ଅପରାଧୀ ବିଜୟ ନାୟକ, ଜଗନ୍ନାଥ ଦାସ ଉଭୟ ଟିଟୋ ଗ୍ଯାଙ୍ଗର ସଦସ୍ୟ ହୋଇଥିବା ସୂଚନା । ଅଭିଯୁକ୍ତ ଠାରୁ 7 ବନ୍ଧୁକ ଓ 65 ରାଉଣ୍ଡ ଗୁଳି ଜବତ ହୋଇଛି । ଏହା ସହ କାର, ମୋବାଇଲ ଆଦି ମଧ୍ୟ ଜବତ କରିଛି ପୋଲିସ । କୌଣସି ବଡ ଧରଣର ଅପରାଧିକ କାର୍ଯ୍ୟ ପାଇଁ ଯୋଜନା ହେଉଥିବା ସନ୍ଦେହ କରୁଛି ପୋଲିସ ।

କମିଶନରେଟ ପୋଲିସକୁ ବଡ ସଫଳତା, ବନ୍ଧୁକ ଡିଲ ବେଳେ 2 ହାର୍ଡକୋରଙ୍କ ସହ 7 ଗିରଫ

ମିଳିଥିବା ସୂଚନା ଅନୁସାରେ ବନ୍ଧୁକ ବିକ୍ରି ପାଇଁ ଯୋଜନା କରୁଥିବାବେଳେ ଖବର ପାଇ ପୋଲିସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନେ ପୂର୍ବରୁ ମଧ୍ୟ ଏକାଧିକ ଅପରାଧିକ ଘଟଣାରେ ସାମିଲ ଥିବା ମଧ୍ୟ ପୋଲିସ କହିଛି । ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏସପିଙ୍କୁ ମଧ୍ୟ ତଦନ୍ତରେ ସହଯୋଗ ପାଇଁ କୁହାଯିବ । ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

କଟକରୁ ନାରାୟଣ ସାହୁ , ଇଟିଭି ଭାରତ

Last Updated : Mar 31, 2021, 4:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.