ETV Bharat / state

କଟକରେ ବଡ଼ ଧରଣର ଲୁଟ୍‌ର ପର୍ଦ୍ଦାଫାଶ, 5 ଗିରଫ - କମିଶନରେଟ ପୋଲିସକୁ ସଫଳତା

ଜିଲ୍ଲାର ଜଗତପୁର ଅଞ୍ଚଳରେ ଥିବା ବାସନ୍ତୀ ଦୁର୍ଗା ଅଳଙ୍କାର ଦୋକାନ ଚୋରି ଘଟଣାରେ ଗୁରୁବାର କମିଶନରେଟ ପୋଲିସ 5 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

Police arrested 5 people in Basanti jewellery shop loot case
କଟକରେ ବଡ଼ ଧରଣର ଲୁଟ୍‌ର ପର୍ଦ୍ଦାଫାସ, 5 ଗିରଫ
author img

By

Published : Jan 14, 2021, 6:56 PM IST

କଟକ: ଜିଲ୍ଲାର ଜଗତପୁର ଅଞ୍ଚଳରେ ଥିବା ବାସନ୍ତୀ ଦୁର୍ଗା ଅଳଙ୍କାର ଦୋକାନ ଚୋରି ଘଟଣାରେ ଗୁରୁବାର କମିଶନରେଟ ପୋଲିସକୁ ମିଳିଛି ସଫଳତା । ଦୀର୍ଘଦିନର ଛକାପଞ୍ଝା ପରେ ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

କଟକରେ ବଡ଼ ଧରଣର ଲୁଟ୍‌ର ପର୍ଦ୍ଦାଫାସ, 5 ଗିରଫ

ଗିରଫ ସମୟରେ 25 କେଜି ରୂପା, 385 ଗ୍ରାମ ସୁନା ଓ ନଗଦ 12 ହଜାରରୁ ଊର୍ଦ୍ଧ୍ବ ଟଙ୍କାକୁ ପୋଲିସ ଜବତ କରିଛି । ଏହାସହ 2ଟି ବାଇକ, ଏକ କାର, ଗ୍ୟାସ କଟର ଓ ଶାବଳ ମଧ୍ୟ ପୋଲିସ ଜବତ କରିଛି । ସୂଚନା ଅନୁସାରେ 5 ତାରିଖ ଦିନ ଜଗତପୁର ଆଇବି ରୋଡ଼ରେ ଥିବା ବାସନ୍ତୀ ଦୁର୍ଗା ଅଳଙ୍କାର ଦୋକାନରେ ଏହି ବଡ଼ ଧରଣର ଚୋରି ହୋଇଥିଲା । ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ କାନ୍ଥ ତାଡି ବିପୁଳ ପରିମାଣର ଅଳଙ୍କାର ଲୁଟି ନେଇଥିଲେ ।

ତେବେ ଏନେଇ ଦୋକାନ ମାଲିକ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିଥିଲେ । ମାମଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରିଶେଷରେ ଗୁରୁବାର ଏହି ମାମଲାରେ 5 ଜଣଙ୍କୁ ପୋଲିସ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ବାବୁ, ବାବି, ମୁନା, କୁନା ଓ ପ୍ରଫୁଲ କୁମାର ସାହୁ ବୋଲି ଜଣାପଡିଛି ।

କଟକରୁ ପ୍ରଭୁ କଲ୍ଯାଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.