ETV Bharat / state

ବଡ ହେଲେ କ୍ୟାନସର୍ ଗବେଷକ ହେବି: ସମ୍ଭବ ମିଶ୍ର - ସମ୍ଭବ ମିଶ୍ରଙ୍କୁ ସମ୍ମାନିତ କଲା ବାଇଜୁ

ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରାପ୍ତ ସମ୍ଭବ ମିଶ୍ରଙ୍କୁ ବାଇଜୁ ଶିକ୍ଷା ଅନୁଷ୍ଠାନ ଆଜି ସମ୍ଭବଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ବଳ ଭବିଷ୍ୟ କାମନା କରିଛନ୍ତି। ଅଧିକ ପଢନ୍ତୁ

PM Rashtriya Bal Puraskar
PM Rashtriya Bal Puraskar
author img

By

Published : Feb 2, 2023, 5:19 PM IST

PM Rashtriya Bal Puraskar

କଟକ: ବଡ଼ ହେଲେ କ୍ୟାନ୍ସର ରୋଗ ଉପରେ କରିବି ଗବେଷଣା । ରୋଗର ନିରାକରଣ ଦିଗରେ ଆଉ ଏକ ପାଦ ଆଗେଇବା ମୋ ଲକ୍ଷ୍ୟ ବୋଲି କହିଛନ୍ତି ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରାପ୍ତ ସମ୍ଭବ ମିଶ୍ର । ଏହି ଗର୍ବ ଓ ଗୌରବ ର ବିଷୟ ମଧ୍ୟରେ ଆଜି ସମ୍ଭବଙ୍କୁ ସମ୍ବର୍ଦ୍ଧିତ କରିଛି ଆକାଶ ବାଇଜୁ। ଦୀର୍ଘ ବର୍ଷ ଧରି ବାଇଜୁ ସେଣ୍ଟରରେ କୋଚିଂ ନେବା ହେତୁ ଏହି ଶିକ୍ଷା ଅନୁଷ୍ଠାନ ଆଜି ସମ୍ଭବ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ବଳ ଭବିଷ୍ୟ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେଣ୍ଟରର ସମସ୍ତ ଅଧକାରୀ ଉପସ୍ଥିତ ରହି ସମ୍ଭବ ଙ୍କୁ କୃତଜ୍ଞତା ଜଣାଇବା ସହ ବାଇଜୁ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଥିଲେ।

ଅନ୍ୟପଟେ ଜୀବନ ର ସଫଳତା ହାସଲ କରିବାକୁ ହେଲେ ଏକ ଧାର୍ଯ୍ୟ ଲକ୍ଷ୍ୟ ନେଇ ଗତି କରିବା ଆବଶ୍ୟକ ବୋଲି କହିଥିଲେ ସମ୍ଭବ। ତେବେ ଆଗମୀ ଦିନରେ ଜଣେ କ୍ୟାନ୍ସର ରିସର୍ଚ୍ଚର ହେବା ନେଇ ଆଶା ରଖିଛନ୍ତି ସେ । ତେବେ ଗତ ମାସ 24 ତାରିଖ ଦିନ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଜନକ ରାଷ୍ଟ୍ରୀୟ ବାଲ ପୁରସ୍କାର ଗ୍ରହଣ କରିଥିଲେ ସମ୍ଭବ ମିଶ୍ର।

ପୂର୍ବରୁ କେନ୍ଦ୍ର ସରକାର ଙ୍କ 6 ଟି ବଡ଼ ଯୋଜନା କୁ ନେଇ ଏକ ବହି ଲେଖିଥିଲେ ସେ । ଯାହାର ନାମ ବିଜୟୀ ଭଵ ଭାରତ ରହିଥିଲା । ଏଥିପାଇଁ ଅନେକ ପ୍ରଶଂସା ଓ ଶୁଭେଚ୍ଛା ପାଇଥିଲେ ସମ୍ଭବ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 11 ଜଣ ପିଲାଙ୍କୁ ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମ 11 ଅସାଧାରଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି । ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ- WhatsApp Case in SC: ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

ତେବେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତି 11 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହାସିକତା ଭଳି 4ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 11 ଜଣଙ୍କୁ ମେଡାଲ, ମାନପତ୍ର ସହ 1 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି । ଏହି ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରେ 6 ଜଣ ପୁଅ ରହିଥିବା ବେଳେ 5 ଜଣ ଝିଅ ରହିଥିଲେ । କଳା ଏବଂ ସଂସ୍କୃତି ବର୍ଗରେ ୪ଜଣ, ସାହାସିକତା ପାଇଁ ଜଣେ, ନବସୃଜନ ପାଇଁ 2ଜଣ, ସାମାଜିକ ସେବା ପାଇଁ ଜଣେ ଏବଂ କ୍ରୀଡା ପାଇଁ ୩ ଜଣଙ୍କୁ ପୁରସ୍କାର ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.