ETV Bharat / state

ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଦେବ ନୂଆ ଆଶା - cuttack farmer news

ପ୍ରଧାନମନ୍ତ୍ରୀ କିଷାନ କ୍ରେଡିଟ କାର୍ଡ ପଞ୍ଜୀକରଣରେ ସାମିଲ ହେବେ ନୂତନ ହିତାଧୀକାରୀ । କିଷାନ କ୍ରେଡିଟ କାର୍ଡରୁ ବଞ୍ଚିତ ହୋଇଥିବା ଚାଷୀ ପାଇପାରିବେ କିଷାନ କ୍ରେଡିଟ କାର୍ଡ । ଏନେଇ ଆରମ୍ଭ ହୋଇଛି କଟକ ଜିଲ୍ଲାରେ ସଚେତନତା ଅଭିଯାନ । ଅଧିକ ପଢନ୍ତୁ...

pm-kissan-credit-card-give-to-new-hope-of-farmers
ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଦେବ ନୂଆ ଆଶା
author img

By

Published : Feb 8, 2020, 9:36 PM IST

Updated : Feb 8, 2020, 11:32 PM IST

କଟକ: ଚାଷୀ ମାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ କିଷାନ କ୍ରେଡିଟ କାର୍ଡ ପଞ୍ଜୀକରଣରେ ସାମିଲ ହେବେ ନୂତନ ହିତାଧିକାରୀ । କିଷାନ କ୍ରେଡିଟ କାର୍ଡରୁ ବଞ୍ଚିତ ହୋଇଥିବା ଚାଷୀ ପାଇପାରିବେ କିଷାନ କ୍ରେଡିଟ କାର୍ଡ। କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଋଣ ନେଇପାରିବେ । ଯେଉଁ ମାନଙ୍କର କୃଷି ଉପଯୋଗୀ ଜମି ଥାଇ ମଧ୍ୟ କିଷାନ କ୍ରେଡିଟ କାର୍ଡ଼ରୁ ବଞ୍ଚିତ ହୋଇଛନ୍ତି ସେମାନେ ଖୁବ ଶୀଘ୍ର ନିକଟସ୍ଥ ସରକାରୀ ବ୍ୟାଙ୍କରେ ଆବେଦନ କରିପାରିବେ ।

ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ଦେବ ନୂଆ ଆଶା

ବର୍ତ୍ତମାନ ସୁଦ୍ଧା ନାବାର୍ଡ ପୋର୍ଟାଲରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କ ନାମ ପଞ୍ଜିକୃତ ହୋଇଛି । ସେମାନଙ୍କ ମଧ୍ୟରୁ କିଛି ଚାଷୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ଆଜିଠୁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଯାହା ଦ୍ବାରା ବଳକା ହିତାଧିକାରୀମାନଙ୍କୁ ସଚେତନ କରାଯିବ କିପରି କ୍ରେଡିଟ କାର୍ଡ ପାଇ ପାରିବେ । ଏହି ସଚେତନତା ଅଭିଯାନ କଟକ ଜିଲ୍ଲାରେ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହାଛଡା ଯେଉଁ ହିତାଧିକାରୀମାନେ କାର୍ଡ ପାଇଁ ଆବେଦନ କରିବେ ସେମାନେ 14 ଦିନ ମଧ୍ୟରେ ପାଇ ପାରିବେ କିଷାନ କ୍ରେଡିଟ କାର୍ଡ । ଏହା ମାଧ୍ୟମରେ ଚାଷୀ ଋଣ ବ୍ୟତୀତ ଗୋପାଳନ ଓ ମାଛ ଚାଷ ପାଇଁ ମଧ୍ୟ ଆବେଦନ କରିପାରିବେ । ଏହି ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ କରାଯିବ ବୋଲି ନାବାର୍ଡର ଜିଲ୍ଲା ଉନ୍ନୟନ ମ୍ୟାନେଜର କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ହସିବ ଚାଷୀ । ହସିବ ଫସଲ । କିଷାନ କ୍ରେଡିଟ କାର୍ଡ ରୁ ବଂଚିତ ହୋଇଥିବା ଚାଷୀ ପାଇ ପାରିବେ ଏହି କର୍ଡ଼ । ଆଉ ଲୋନ ନେଇ କରି ପରିବେ ସେମାନଙ୍କ ଫସଲ ।

ଯେଉଁ ମାନଙ୍କର କୃଷି ଉପଯୋଗୀ ଜମି ଥାଇ ମଧ୍ୟ କିଷାନ କ୍ରେଡିଟ କର୍ଡ଼ ରୁ ବଂଚିତ ହୋଇଛନ୍ତି ସେମନେ ଖୁବ ଶୀଘ୍ର ନିକଟସ୍ଥ ସରକାରୀ ବ୍ୟାଙ୍କ ଆବେଦନ କରି ପାରିବେ । ଆଉ ଆବେଦନ ର 14 ଦିନ ମଧ୍ୟରେ ହିତାଧିକାରୀଙ୍କ ନିକଟରେ ପହଁଚିବ କାର୍ଡ଼ ।

ଵର୍ତମାନ ସୁଦ୍ଧା ନାବାର୍ଡ ପୋର୍ଟାଲ ରେ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀ ଙ୍କ ନାମ ପଞ୍ଜିକୃତ ହୋଇଛି । ହେଲେ ସେମାନଙ୍କ ମଧ୍ୟରୁ କିଛି ଚାଷୀ କାର୍ଡ ପାଇବା ରୁ ବଞ୍ଚିତ ହୋଇଛନ୍ତି । ତେବେ ଆଜି ଠୁ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଯାହାଦ୍ୱାରା ବଳକା ହିତାଧିକାରୀ ମାନେ ଏହି କାର୍ଡ କିପରି ମିଳି ପାରିବ । ତେବେ ଏହି ସଚେତନତା ଅଭିଯାନ 23 ତାରିଖ ପେଯ୍ୟନ୍ତ ଚାଲିବ । ବୋଲି କହିଛନ୍ତି ନାବାର୍ଡ ର ଜିଲା ଉନ୍ନୟନ ମ୍ୟାନେଜର ସିଧାର୍ଥ ଶଙ୍କର ପଣ୍ଡା ।

Body:ଏହାଛଡା ଯେଉଁ ହିତାଧିକାରୀ ମାନେ କାର୍ଡ ପାଇଁ ଆବେଦନ କରିବେ ସେମାନେ 14 ଦିନ ମଧ୍ୟରେ ପାଇ ପାରିବେ କିଷାନ କ୍ରେଡିଟ କାର୍ଡ । ଏହା ମାଧ୍ୟମରେ ଚାଷ ଋଣ ବ୍ୟତୀତ ଗୋପାଲନ ଓ ମାଛ ଚାଷ ପାଇଁ ମଧ୍ୟ ଆବେଦନ କରି ପାରିବେ । ଏହି ସଚେତନତା କାର୍ଯ୍ୟକ୍ରମ ପ୍ରତ୍ୟକ ଗ୍ରାମ ପଂଚାୟତ ରେ କରାଯିବ ବୋଲି କହିଛନ୍ତି ସେ ।

Conclusion:ବାଇଟ: ସିଧାର୍ଥ ଶଙ୍କର ପଣ୍ଡା ( ନାବାର୍ଡ ଜିଲା ଉନ୍ନୟନ ମ୍ୟାନେଜର)

edit visual with vo

ready to upload
Last Updated : Feb 8, 2020, 11:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.