କଟକ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ଚଞ୍ଚକତା କରି ନିଜ ନାମରେ କରି ନେଉଥିବା ଅଭିଯୋଗ ଆଣିଛି ବିଜେପି l ଏନେଇ ବିଜେପି ବୁଧବାର କଟକ ବିକାଶ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି l
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ନାମରେ ନାମିତ କରି କେନ୍ଦ୍ର ସରକାରଙ୍କ ଅର୍ଥକୁ ବିଜେଡି ହଡପ କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି । ଏହି ଆନ୍ଦୋଳନ ଜାରି ରହିଛି ଓ ଜାରି ରହିବା ନେଇ ସ୍ପଷ୍ଟ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଯୋଜନାରେ କୌଣସି ବ୍ୟକ୍ତିଙ୍କ ନାମ ନାହିଁ । କିନ୍ତୁ ବିଜୁ ପକ୍କା ଯୋଜନାରେ ବ୍ୟକ୍ତି ବିଶେଷଙ୍କ ନାମ ରହୁଛି । ଯାହା କେବେ ସାଧାରଣ ଲୋକଙ୍କ ପାଇଁ ଉଦିଷ୍ଟ ନୁହେଁ ବୋଲି ଦାବି କହିଛି ବିଜେପି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ