ETV Bharat / state

Baliyatra 2023: ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ - କଟକ ଖବର

ଆସନ୍ତା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ୪ରୁ ସାଧାରଣ ବ୍ୟବସାୟୀଙ୍କ ପାଇଁ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ । ଅଧିକ ପଢନ୍ତୁ

ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା

author img

By ETV Bharat Odisha Team

Published : Oct 30, 2023, 9:41 PM IST

ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା

କଟକ: ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଆସନ୍ତା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । ଚଳିତ ବର୍ଷ ୮ ଦିନ ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଆଉ ଜନାଦୃତ କରିବା ପାଇଁ ଲକ୍ଷ ରଖିଛି ପ୍ରଶାସନ । ସେପଟେ ବାଲିଯାତ୍ରା ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ।

ବାଲିଯାତ୍ରା ଷ୍ଟଲ ପାଇଁ ପୃଷ୍ଠପୋଷକଙ୍କ ପଞ୍ଜିକରଣ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ସାଧାରଣ ବ୍ୟବସାୟୀଙ୍କ ପାଇଁ ପଞ୍ଜିକରଣ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବ । ବାଲିଯାତ୍ରାରେ ଷ୍ଟଲ ଖଣ୍ଡେ ପାଇବା ପାଇଁ ବ୍ୟବସାୟୀଙ୍କୁ ବ୍ୟାକୁଳ ହେଉଥିବା ବେଳେ ଷ୍ଟଲ ବଣ୍ଟନ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବ ବୋଲି କହିଛି ପ୍ରଶାସନ ।
ଆଉ ଠିକ ଗୋଟିଏ ମାସର ଅପେକ୍ଷା । କଟକର ଐତିହାସିକ ଗଡଗଡ଼ିଆ ଘାଟ ପଡ଼ିଆରେ ଜମିବ ପୂର୍ବଭାରତର ସର୍ବ ବୃହତ ବାଣିଜ୍ୟିକ ମେଳା ।

ବାଲିଯାତ୍ରାର କଳେବରରେ ଗତବର୍ଷ ଆସିଥିବା ପରିବର୍ତ୍ତନ ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିବ । ଏହା ସହିତ ବାଲିଯାତ୍ରା ବୁଲିବାକୁ ଯାଉଥିବା ଦର୍ଶକମାନଙ୍କୁ ନୂଆ କିଛି ଅନୁଭୂତି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ । ଏହାରି ଭିତରେ ଏହି ମହାମେଳା ପାଇଁ ଆଜି ଠାରୁ ପ୍ଲଟ ବୁକିଂ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ବାଲିଯାତ୍ରା ଷ୍ଟଲ ପାଇଁ ଆଜି ଠାରୁ ପୃଷ୍ଠପୋଷକଙ୍କ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ସାଧାରଣ ବ୍ୟବସାୟୀଙ୍କ ଷ୍ଟଲ ପଞ୍ଜିକରଣ କାର୍ଯ୍ୟ ନଭେମ୍ବର ୪ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ପରେ ନଭେମ୍ବର ୧୧ ରୁ ୧୫ ତାରିଖ ମଧ୍ୟ ଷ୍ଟଲ ନିଲାମ କରାଯିବ । ବାଲିଯାତ୍ରାରେ ଷ୍ଟଲ ପକାଇବାକୁ ଚାହୁଁଥିବା ସାଧାରଣ ବ୍ୟବସାୟୀଙ୍କ ପାଇଁ ପ୍ରତି ବର୍ଗଫୁଟ ସର୍ବନିମ୍ନ ୫୦ ଟଙ୍କା ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ....ନଭେମ୍ବର ୨୭ରୁ କଟକ ବାଲିଯାତ୍ରା: ସ୍ୱାସ୍ଥ୍ୟ, ପରିମଳ ଓ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ

ସେହି ଭଳି ପୃଷ୍ଠପୋଷକଙ୍କ ପାଇଁ ବର୍ଗ ଫୁଟ ପିଛା ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ବ୍ୟତୀତ ଛୋଟ ଛୋଟ ଉଠାଦୋକାନୀ ଏକ ହଜାର ଟଙ୍କା ଦେଇ ବାଲିଯାତ୍ରାରେ ବ୍ୟବସାୟ କରିବେ । ଦୋଳି ଓ ଅନ୍ୟାନ୍ୟ ଖେଳ ବ୍ୟବସାୟୀମାନେ ୨୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିବେ । ସେମାନେ ବର୍ଗଫୁଟ ପିଛା ୩୦ ଟଙ୍କା ଦେଇ ପ୍ଲଟ ନିଲାମି ଭାଗ ନେବେ ।ତେବେ ଷ୍ଟଲ ବଣ୍ଟନ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବ ବୋଲି ପ୍ରଶସାନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.