ETV Bharat / state

Bali Yatra 2023: ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ

ନଭେମ୍ବର ୨୭ରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ଆଜିଠୁ ଆରମ୍ଭ ହୋଇଛି ପ୍ଲଟ ନିଲାମୀ ପ୍ରକ୍ରିୟା । ଅଧିକ ପଢନ୍ତୁ

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ
ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ
author img

By ETV Bharat Odisha Team

Published : Nov 11, 2023, 4:25 PM IST

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ

କଟକ: ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବ । ବାଲିଯାତ୍ରା ପଡିଆରେ ଷ୍ଟଲ ଲଗାଇବା ପାଇଁ ଇଚ୍ଛୁକ ବ୍ୟବସାୟୀମାନେ ନାମ ପଞ୍ଜୀକରଣ କରିଥିବା ବେଳେ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ଲଟ ନିଲାମୀ ପ୍ରକ୍ରିୟା । 6ଟି ସ୍ଥାନରେ 10ଟି କାଉଣ୍ଟରରେ ଚାଲିଛି ନିଲାମ ପ୍ରକ୍ରିୟା । ସକାଳୁ 10 ଟାରୁ ଆରମ୍ଭ ହୋଇଛିି ଏହି ନିଲାମ ପ୍ରକ୍ରିୟା ।

ତେବେ ନଭେମ୍ବର 4 ରୁ 10 ତାରିଖ ଯାଏ ଚାଲିଥିଲା ପ୍ଲଟ ପଞ୍ଜୀକରଣ । 900ରୁ ଊର୍ଦ୍ଧ୍ବ ବ୍ୟବସାୟୀ ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜୀକରଣ କରିଛନ୍ତି । ବାଲିଯାତ୍ରା ପଡିଆରେ ଷ୍ଟଲ ଲଗାଇବା ପାଇଁ ଆରମ୍ଭ ହୋଇଯାଇଛି ପ୍ଲଟ ନିଲାମୀ ପ୍ରକ୍ରିୟା । 6ଟି ସ୍ଥାନରେ 10 ଟି କାଉଣ୍ଟରରେ ଚାଲିଛି ନିଲାମ ପ୍ରକ୍ରିୟା । ବାରବାଟୀ ପ୍ୟାଲେସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, DRDA ଅଫିସ ସମେତ ୬ଟି ସ୍ଥାନରେ ନିଲାମର ପ୍ରକ୍ରିୟାକରଣ ଜାରି ରହିଛି । ତେବେ 15 ତାରିଖ ଯାଏ ଚାଲିବ ପ୍ଲଟ ନିଲାମ ପ୍ରକ୍ରିୟା । ତେବେ ନିଲାମ ପ୍ରକ୍ରିୟା ଚାଲିଥିବା ସମସ୍ତ କାଉଣ୍ଟରରେ କରାଯାଇଛି ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ।

ଏହାମଧ୍ୟ ପଢନ୍ତୁ..Bali Yatra: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ ସବୁ ପ୍ରଚେଷ୍ଟାରେ ସିଏମସି

ପ୍ରତି ଵର୍ଗ ଫୁଟ ଯେତିକି ଟଙ୍କା ଧାର୍ଯ୍ୟ କରାଯାଇଛି ସେହି ଅନୁସାରେ ନିଲାମ କରାଯିବ । ତେବେ ଗୋଟେ ପଟେ ପ୍ରଶାସନର ସମସ୍ତ ବ୍ୟବସ୍ଥା ସୁଚାର ରୂପେ ରହିଥିବା ବେଳେ ନିଲାମରେ ଭାଗ ନେଇଥିବା ବ୍ୟବସାୟୀ ମାନେ ମଧ୍ୟ ବେଶ ଖୁସି ପ୍ରକଟ କରିଛନ୍ତି ।
ବିଗତ ବର୍ଷରେ ଯେପରି ବ୍ୟବସାୟୀ ମାନେ ଅଧିକ ଟଙ୍କା ଦେଇ ପ୍ଲଟ କିଣିବା ବିବାଦ ସାମ୍ନାକୁ ଆସିଥିଲା ଚଳିତ ବର୍ଷ ଯେପରି ସେଭଳି ଅବ୍ୟବସ୍ଥା ନଦେଖାଯାଏ ସେଥିପ୍ରତି ପ୍ରଶାସନ ପକ୍ଷରୁ କୁହାଯାଇଛି । ସ୍ୱଚ୍ଛତାର ସହ ସମସ୍ତ ରେଜିଷ୍ଟ୍ରେସନ ସରିବା ପରେ ଆଜିଠୁ ଆବଣ୍ଟନ କାର୍ଯ୍ୟ ମଧ୍ୟ ସୁଚାର ରୂପେ କରାଯାଉଛି । ଉଭୟ ସିଏମସି ଓ ଜିଲ୍ଲା ପ୍ରଶାସନର ତତ୍ତ୍ବାବଧାନରେ ସବୁ କାର୍ଯ୍ୟ ସୂଚାର ରୂପେ କରାଯାଉଛି ।

ପ୍ରିମିୟମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଥିବା ବେଳେ ଗୋଲ୍ଡ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି । ଅନ୍ୟାନ୍ୟ ବ୍ୟବସାୟୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ଲଟ ନିଲାମ ହେବ । ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ତିନୋଟି ପ୍ଲଟ ଚୟନ କରିବାର ବ୍ୟବସ୍ଥା ରହିଛି । ବ୍ୟକ୍ତିବିଶେଷ, ଅନ୍ୟାନ୍ୟ ବ୍ୟବସାୟୀ ଓ ଅନୁଷ୍ଠାନମାନଙ୍କ ପାଇଁ ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିଛନ୍ତି । ୪ ନଭେମ୍ବରରୁ ୧୦ ନଭେମ୍ବର ମଧ୍ୟରେ ଏହି ପଞ୍ଜିକରଣ କରାଯାଇଥିଲା । ସବୁ ପେମେଣ୍ଟ ଅନଲାଇନ ମାଧ୍ୟମରେ କରାଯାଇଥିଲା । ତେବେ ଚଳିତ ବର୍ଷ ନଭେମ୍ବର ୨୭ ରୁ ଅକ୍ଟୋବର ୦୪ ପର୍ଯ୍ୟନ୍ତ ଉଭୟ ଉପର ଓ ତଳ ପଡ଼ିଆରେ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.