କଟକ: ଓଡିଶାରେ ସଫଳ ହେବା ସହ ଆଶା ଦେଖାଇଲା ପ୍ଲାଜମା ଥେରାପି । । କୋରୋନା ଆକ୍ରାନ୍ତିତ ଜଣେ 48 ବର୍ଷୀୟ ମହିଳା ପ୍ଲାଜମା ଥେରାପିରେ ଭଲ ହୋଇ ଫେରିଛନ୍ତି ଘରକୁ । ପ୍ଲାଜମା ଥେରାପିରେ କୋରୋନାରୁ ସୁସ୍ଥ ହୋଇଥିବା ଏହା ଓଡିଶାରେ ପ୍ରଥମ ଘଟଣା ।
ମହିଳାଙ୍କୁ ଶୁକ୍ରବାର ଅଶ୍ୱିନୀ ମେଡିକାଲରୁ ଡ଼ିସଚାର୍ଜ କରାଯାଇଛି । ମୋଟ 5 ଜଣ ରୋଗୀଙ୍କ ଦେହରେ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଇଥିଲା । ଏମାନଙ୍କ ମଧ୍ୟରୁ କଟକର ଏହି ମହିଳା ଜଣ ପ୍ରଥମ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଆଉ 4 ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ଦ୍ରୁତ ଉନ୍ନତି ହୋଇଥିବା ପରିଲକ୍ଷିତ ହୋଇଛି ।
ତେବେ ଆଜି କୋରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି ଏହି ମହିଳା । ପ୍ଲାଜମା ଥିରୋପି ହେବା ପରେ ତାଙ୍କ ଦେହ ପାଇଁ ଆଉ ଅକ୍ସିଜେନ ଆବଶ୍ୟକ ପଡି ନଥିଲା। ସେ ଧୀରେ ଧରେ ସୁସ୍ଥ ହୋଇ ଆଜି ଘର ବାହୁଡିଛନ୍ତି । ତେବେ ସେ ସମ୍ପୂର୍ଣ୍ଣ ରୂପେ ଡାକ୍ତରୀ ଟିମକୁ ଧନ୍ୟବାଦ ଦେବା ସହ ଏକ ନୂତନ ଜୀବଦାନ ପାଇଥିବାରୁ ନିଜ ଖୁସି ବ୍ୟକ୍ତ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ