କଟକ: ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ଅନୁମତି ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ରାଉତ ଏହି ମାମଲା ରୁଜୁ କରିଛନ୍ତି । ସାମାଜିକ ଦୂରତା ବଜାୟ ରଖି ଏକ କାଳୀନ ୧୦ ହଜାରରୁ ଅଧିକ ଭକ୍ତ ବେଢା ଭିତରେ ଦର୍ଶନ କରିବାର ସୁବିଧା ରହିଛି ।
ମନ୍ଦିର ବେଢା ପରିସରରେ ପ୍ରାୟ ୫୦ ହଜାର ସ୍କୋୟାର ଫୁଟରୁ ଅଧିକ ଜାଗା ରହିଛି । ସେହିପରି ଅନ୍ୟମନ୍ଦିର ପରି ଏଠାରେ ଗର୍ଭଗୃହ ନଥିବାରୁ ଏକକାଳୀନ ୨ ଶହରୁ ଅଧିକ ଭକ୍ତ ସାମାଜିକ ଦୂରତା ବଜାୟ ରଖି ଦର୍ଶନ କରିପାରିବେ। ଏନେଇ ପୂର୍ବରୁ ମଧ୍ୟ ବାରିକେଡ କରାଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି।
ତେବେ ସାମାଜିକ ଦୂରତା ବଜାୟ ରଖି ମନ୍ଦିର ଖୋଲିବା ପାଇଁ ଅନୁମତି ଦେବାକୁ ପିଟିସନର ପାର୍ଥନା କରିଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏସଆରସି, ଆଇନ ସଚିବ, କେନ୍ଦୁଝର ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ