ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା - ଶ୍ରୀମନ୍ଦିର ପ୍ରକଳ୍ପ

PIL filed against Srimandir Corridor project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଜନସମାବେଶକୁ ବରୋଧ କରି କୋର୍ଟରେ ମାମଲା ରୁଜୁ । ଅଧିକ ପଢନ୍ତୁ

Orissa High Court
Orissa High Court
author img

By ETV Bharat Odisha Team

Published : Jan 9, 2024, 8:35 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ଜଗନ୍ନାଥ ସେନା ଏବଂ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ପ୍ରକଳ୍ପରେ ଜନସମାବେଶକୁ ବରୋଧ କରି କୋର୍ଟରେ ମାମଲା ରୁଜୁ କରାଯାଇଛି । ଲୋକଙ୍କୁ ମନ୍ଦିର ନ ଆଣି ପ୍ରତି ଗାଁରେ ଟିଭି ବ୍ୟବସ୍ଥା ଦ୍ବାରା ଦର୍ଶନ ବ୍ୟବସ୍ଥା କରାଯାଉ ବୋଲି ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।

ଏହି ମାମଲାରେ ପୁରୀ ଜିଲ୍ଲାପାଳ, ପୁରୀ ଏସ୍ପି, ଅର୍ଥ ବିଭାଗ ସମେତ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏନେଇ ଆବେଦନକାରୀ ନିରଞ୍ଜନ ଦାସ କହିଛନ୍ତି, "ପୁରୀ ପରିକ୍ରମା ପ୍ରକଳ୍ପ ପାଇଁ ଗାଁରେ ଅର୍ପଣ ରଥ ବୁଲୁଛି । ଶୁଣିବାକୁ ମିଳୁଛି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ହଜାର ହଜାର ଲୋକ ପୁରୀକୁ ଯିବେ । ତେବେ ଏବେ ପୁଣି କୋରୋନା ମହାମାରୀ ଫେରିଛି । ଏହି ସମୟରେ ହଜାର ହଜାର ଲୋକ ପୁରୀ ଗଲେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେବା ସାଙ୍ଗକୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ ନେଇ ଆମେ ଜନସ୍ବାର୍ଥ୍ୟ ମାମଲା ରୁଜୁ କରିଛୁ । ଯଦି ଲୋକାର୍ପଣ କରୁଛନ୍ତି, ତେବେ ଲୋକଙ୍କୁ ନେଇ ସେଠାରେ ଗହଳି କରିବାର ଆବଶ୍ୟକତା ନାହିଁ ।"

ଏହା ବି ପଢନ୍ତୁ- ୧୧ସୁଦ୍ଧା ସରିବ ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତି କାର୍ଯ୍ୟ; ତଦାରଖ କଲେ କେନ୍ଦ୍ରାଞ୍ଚଳ ଆରଡିସି

ସୂଚନା ଥାଉ କି ଆସନ୍ତା ୧୭ ତାରିଖରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ସଚିବଙ୍କ ସହିତ ପୁରୀ ଗସ୍ତରେ ଆସି ପରିକ୍ରମା ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ପ୍ରଥମେ ମଙ୍ଗଳାଘାଟ ନିକଟ ସମଙ୍ଗଠାରେ ନିର୍ମାଣ ହେଉଥିବା ପାର୍କିଂ, ନବନିର୍ମିତ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ନୂତନ ରାସ୍ତା ଶ୍ରୀମାର୍ଗର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି ।

ଏହା ବି ପଢନ୍ତୁ- ପରିକ୍ରମା ପ୍ରକଳ୍ପ ପାଇଁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ

ଆସନ୍ତା ୧୧ ତାରିଖ ରାତି ସୁଦ୍ଧା ପରିକ୍ରମା ମାର୍ଗର ସମସ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ଓବିସିସି ଓ ଟାଟା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୨ ତାରିଖରୁ ପରିକ୍ରମା ପ୍ରକଳ୍ପକୁ ନେଇ ପୂଜାବିଧି ଆରମ୍ଭ ହେବାକୁ ଥିବାରୁ ଯଥା ସମୟରେ କାର୍ଯ୍ୟ ସାରି ୧୪ ତାରିଖ ସୁଦ୍ଧା ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ପୋଲିସକୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ଆସନ୍ତା ୧୬ ତାରିଖ ସୁଦ୍ଧା ଜଗନ୍ନାଥ ବଲ୍ଲଭରୁ ଦୋଳବେଦୀ କୋଣ ଯାଏଁ ନିର୍ମାଣ ହେଉଥିବା ଶ୍ରୀମାର୍ଗ ର ରାସ୍ତା ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.