ETV Bharat / state

ସହମତିରେ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ - ଶାରିରୀକ ସମ୍ପର୍କକୁ ହାଇକୋର୍ଟଙ୍କ ରାୟ

ଦୁଇଜଣଙ୍କ ସହମତିରେ ଶାରିରୀକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଏକ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ଅଧିକ ପଢନ୍ତୁ

ଶାରିରୀକ ସମ୍ପର୍କକୁ ହାଇକୋର୍ଟଙ୍କ ରାୟ
orissa highcourt on physical relationship
author img

By

Published : Jul 12, 2023, 9:03 AM IST

କଟକ: ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସହମତିରେ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇ ପାରିବ ନାହିଁ । ବିନା ସହମତିରେ ଅଭିଯୁକ୍ତ ଜଣକ ଶାରୀରିକ ସମ୍ପର୍କ ରଖିଥିବା କହି ଦୁଷ୍କର୍ମ ଅଭିଯୋଗ ଆଣିଲେ ଅଭିଯୁକ୍ତ ଜଣକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । କେବଳ ସେତିକି ନୁହେଁ ଅଦାଲତଙ୍କୁ ଯେଉଁ ତଥ୍ୟ ଏବଂ ଦସ୍ତାବିଜ୍‌ ଆସୁଛି ସେଥିରେ ଯଦି ସହମତିରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥାଏ ତେବେ ତାହାକୁ ମଧ୍ୟ ଦୁଷ୍କର୍ମ କୁହାଯିବ ନାହିଁ । କିମ୍ବା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ ।

ଯଦି ପୀଡ଼ିତା ଜଣକ ସ୍ୱଇଚ୍ଛାରେ ଶାରୀରିକ ସମ୍ପର୍କ ରଖିଛନ୍ତି ତେବେ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ । ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍‌କେ ସାହୁ ସୁନ୍ଦରଗଡ଼ ଜିଲ୍ଲାର ଶାନ୍ତନୁ କଉଡିଙ୍କ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତକୁ ତଳକୋର୍ଟ ୧୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିବା ବେଳେ ହାଇକୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ମାମଲା ବିବରଣୀରୁ ଜଣାପଡିଛି ଯେ, ଗତ ୨୦୧୩ ମସିହା ଅଗଷ୍ଟ ୧୪ ତାରିଖରେ ସୁନ୍ଦରଗଡ ଜିଲ୍ଲା ସଦର ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା । ପୀଡିତାଙ୍କ ପିତା ଏନେଇ ଥାନାରେ ଏତଲା ଦେଇଥିଲେ। ଏତଲାରେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା ନେଇ ଦର୍ଶାଇ ଥିଲେ । ଏପରିକି ତାଙ୍କ ଝିଅ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଭୟଭୀତ କରି ଶାରୀରିକ ସମ୍ପର୍କ ରଖିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଝିଅ 7 ମାସର ଗର୍ଭବତୀ ହୋଇଥିବା ନେଇ ଏତଲାରେ ଦର୍ଶାଇଥିଲେ। ଏହାର ପରଦିନ ସଦର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ।

ଏହା ବି ପଢନ୍ତୁ...ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ପୀଡ଼ିତା ଜଣକ ଜଙ୍ଗଲକୁ ଯିବା ସମୟରେ ପ୍ରାୟ ନିୟମିତ ଭାବରେ ଶାରୀରିକ ସମ୍ପର୍କ ରଖିଥିବା ରେକର୍ଡରୁ ସ୍ପଷ୍ଟ ହୋଇଛି । ସେହିପରି ଅଭିଯୁକ୍ତ ଜଣକ ବିବାହିତ ଥିବା ଜାଣି ମଧ୍ୟ ପୀଡ଼ିତା ଜଣକ ଶାରୀରିକ ସମ୍ପର୍କ ରଖିଥିଲେ । ଏ ସମ୍ପର୍କରେ ପୀଡ଼ିତା ବି କାହା ପାଖରେ ଅଭିଯୋଗ କରିନଥିଲେ । ସେହିପରି ଅଭିଯୁକ୍ତ ବି ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇନଥିଲେ । ତେବେ ଏଭଳି ଶାରୀରିକ ସମ୍ପର୍କକୁ ସ୍ୱେଚ୍ଛାକୃତ ବୋଲି କୁହାଯିବ । ତେଣୁ ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.