ETV Bharat / state

ପର କଲା ସ୍ବାମୀ, 5 ବର୍ଷ ହେଲା ଓଭରବ୍ରିଜ ତଳେ ବିତୁଛି ଜୀବନ - ଓଭରବ୍ରିଜ ତଳେ ଏକାକୀ ଜୀବନ

ସିଲଭରସିଟିରେ କରୁଣ ଦୃଶ୍ୟ । ନେତାଜୀ ନଗର ଓଭରବ୍ରିଜ ତଳେ ଏକାକୀ ଜୀବନ ଯୁଦ୍ଧରେ ଯୋଧ୍ୟା ସାଜିଛି ଫୁଲ ମାଉସୀ । ଘର ଉରାଳି ପଞ୍ଚାୟତ । ପରିଣତ ବୟସରେ ମୁଣ୍ଡ ବି କାମ ଦଉନି । ସ୍ୱାମୀ ଦ୍ୱିତୀୟ ବିବାହ କଲା ପରେ, ତାଡନା ସହିନପାରି ସେ ଏବେ ପୋଲ ତଳେ କାଟୁଛନ୍ତି ଜୀବନ । 5 ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ସେ ଏହି ବ୍ରିଜ ତଳେ ରହିଆସୁଛନ୍ତି । ଅଧିକ ପଢନ୍ତୁ...

ନିରାଶ୍ରୟୀ ଫୁଲକୁ କିଏ ଦେବ ଆଶ୍ରୟ
ନିରାଶ୍ରୟୀ ଫୁଲକୁ କିଏ ଦେବ ଆଶ୍ରୟ
author img

By

Published : Jan 27, 2021, 2:05 PM IST

କଟକ: ଦୁଃଖ ଦରିଆରେ ଏକାକୀ ମଣିଷ । ନାଁ ଅଛି ଘର ନା ଅଛି ପରିବାର । ଓଭରବ୍ରିଜ ତଳେ କଟୁଛି ଜୀବନ । ସିଲଭରସିଟିରେ ଏହି କରୁଣ ଦୃଶ୍ୟ କଠୋର ହୃଦୟରେ ବି କୋହ ଭରିଦେବ । ଏ ହେଉଛନ୍ତି ଫୁଲ ମାଉସୀ, ଜୀବନ ଯୁଦ୍ଧର ଏକାକୀ ଯୋଦ୍ଧା ।

ପର କଲା ସ୍ବାମୀ:ଓଭରବ୍ରିଜ ତଳେ ଏକାକୀ ଜୀବନ

ମାନସିକ ବିକୃତି ପରେ ସ୍ବାମୀ ପର କରି ଦ୍ବିତୀୟ ବିବାହ କରିନେଲେ । ଆଉ ସ୍ବାମୀର ତାଡନା ସହି ନପାରି ଘର ଛାଡି ନେତାଜୀ ନଗର ସ୍ଥିତ ଓଭର ବ୍ରିଜ ତଳେ ନିରାଶ୍ରୟୀ ଭାବରେ ରହୁଛନ୍ତି ଫୁଲ ମାଉସୀ । ସେଠି ନାଁ ଅଛି ଲାଇଟ ନାଁ ଅଛି ପିଇବା ପାଣି । ପାଖରେ ଥିବା ମଶାଣିରୁ ପତ୍ର ଗୋଟେଇ ସେଇଥିରେ ରୋଷେଇ କରନ୍ତି ସେ । ଯିଏ ଯାହା ଦିଏ ଖାଇ ଦିଅନ୍ତି । ତେବେ ଦିନରେ ବି ଏହି ସ୍ଥାନ ଭୂତଙ୍କ ବାସସ୍ଥାନ ପାଲଟିଥିବାବେଳେ ରାତିରେ ମାଉସୀ କେମିତି ରୁହନ୍ତି ତାହା ଭାବିବା କଷ୍ଟକର । ତେବେ ନିଜର ସମସ୍ତ କଷ୍ଟ ଦୂର କରିବା ପାଇଁ ମହାଦେବଙ୍କୁ ପୂଜନ୍ତି ମାଉସୀ ।

ଅନ୍ୟପଟେ ଫୁଲ ମାଉସୀ ସେହି ସ୍ଥାନ ଛାଡିକି କୁଆଡେ ଯିବେ ନାହିଁ ବୋଲି ଜିଦ୍ ଧରିଛନ୍ତି। ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ବାରମ୍ବାର ଚେଷ୍ଟା ହୋଇଥିଲେ ସୁଦ୍ଧା ମାଉସୀ ତାଙ୍କର ଜିଦରେ ଅଟଳ । ମୋର କେହି ନାହିଁ ମତେ କେହି ବି ସାହାଯ୍ୟ କରିବା ଦରକାର ନାହିଁ ବୋଲି ଗୁମୁରି ଗୁମୁରି କାନ୍ଦି କୁହନ୍ତି। ଏପଟେ ଆଗମୀ ଦିନରେ ତାଙ୍କୁ ସେହି ସ୍ଥାନରେ ଏକ ଘର କରି ତାଙ୍କର ଚଳିବା ଜିନିଷ ଦେବାକୁ ମନସ୍ଥ କରିଛି ସ୍ଥାନୀୟ ଯୁବକ ସଂଘ।

ଫୁଲ ମାଉସୀ ଯେଉଁଠାରେ ରହୁଛନ୍ତି ସେଠାରେ ଅସାମାଜିକ କାର୍ଯ୍ୟକଳାପ ଦୃଷ୍ଟି ଗୋଚର ହୋଇଥାଏ । ତେଣୁ ଜିଲ୍ଲା ପ୍ରଶାସନ ଯଦି ଏହି ଦିଗରେ ଦୃଷ୍ଟି ଦିଅନ୍ତେ ମାଉସୀ ବାକି ଜୀବନ ତକ ଆନନ୍ଦରେ କାଟି ପାରନ୍ତେ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.