ETV Bharat / state

କଟକରେ 100 ଟପିଲା ତୈଳଦର

ସିଲଭର ସିଟିରେ ତୈଳଦର ସେଞ୍ଚୁରି ଟପିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jul 2, 2021, 8:15 PM IST

Silver Cityରେ 100 ଟପିଲା ତୈଳଦର
Silver Cityରେ 100 ଟପିଲା ତୈଳଦର

କଟକ: ଆଜି(ଶୁକ୍ରବାର) 100 ଟପିଛି ତୈଳ ଦର । ଏହାର ପ୍ରଭାବ ଦେଖିବାକୁ ମିଳିଛି ସିଲଭର ସିଟିରେ । ମହାମାରୀ ସମୟରେ ସାଧାରଣ ଲୋକଙ୍କ ଉପରେ ଲଗାତାର ଭାବରେ ମହଙ୍ଗା ମାଡ ଦେଖିବାକୁ ମିଳୁଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବୃଦ୍ଧି ପରେ ଏବେ ତୈଳଦର ବୃଦ୍ଧି ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Silver Cityରେ 100 ଟପିଲା ତୈଳଦର

ଦୀର୍ଘ 2 ବର୍ଷ ମଧ୍ୟରେ କୋରୋନା ମହାମାରୀ ଯୋଗୁଁ ସାଧାରଣ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ମହାମାରୀ ଯୋଗୁଁ ଅର୍ଥନୀତି ଦୁର୍ବଳ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଲଗାତାର ଭାବେ ମହଙ୍ଗା ମାଡ ହେବାରେ ଲାଗିଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସାଙ୍ଗକୁ ପେଟ୍ରୋଲ ଓ ଡିଜେଲର ଦର ମଧ୍ୟ ବଢ଼ି ବଢ଼ି ଚାଲିଛି । ଆଉ ଆଜି ତାହା ସେଞ୍ଚୁରି ଟପି ଯାଇଛି । ଯାହାକୁ ନେଇ କଟକବାସୀ ଚିନ୍ତାରେ ଥିବା ଦେଖିବାକୁ ମିଳିଛି ।

ତୈଳଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରିବା ଆରମ୍ଭ କଲାଣି । ଏହାକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସହରର ଅନେକ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ବାରମ୍ବାର ପେଟ୍ରୋଲ ମୂଲ୍ୟ ବୃଦ୍ଧି ହେଉଥିବା ବେଳେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହାର ସ୍ପଷ୍ଟୀକରଣ ରଖୁନାହାନ୍ତି । ସେପଟେ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ସେପଟେ ଏହାର ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.