କଟକ: ଦେଶରେ ବେଲଗାମ ତୈଳ ଦର । ପ୍ରତ୍ୟକ ଦିନ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଡର । ଗୁରୁବାର ପେଟ୍ରୋଲ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୮୦ ଟଙ୍କା ୭୬ ପଇସାରେ ବିକ୍ରୟ ହେଉଛି । ସେହିପରି ଡିଜେଲ ଦର ମଧ୍ୟ ୭୭ ଟପିଲାଣି।
ସବୁଠାରୁ ବଡ଼ କଥା ହେଉଛି ଗତ ୨୯ ତାରିଖରେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ୯୯ ପଇସାରେ ବିକ୍ରି ହେଉଥିଲା ବେଳେ ଏବେ ଏହାର ଦର ବୃଦ୍ଧି ପାଇଛି।
ଏଭଳି ସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯାହାଦ୍ବାରା ସାଧାରଣ ଜନତା ମାନେ ବେଶ ପ୍ରଭାବିତ ହେବେ । ଏହି ତୈଳ ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ