ETV Bharat / state

ବାଇକରେ ବାଲାଟ ବାକ୍ସ ନେଇ ଯାଉଥିଲେ ପୋଲିଂ ଅଫିସର, SECଙ୍କୁ ରିପୋର୍ଟ ଦିଆଯିବ କହିଲେ DCP - ବାରଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟ ଶେଷ ହେବାପରେ କଟକ ବାରଙ୍ଗ ବ୍ଲକରେ ଏଭଳି କିଛି ଦେଖିବାକୁ ମିଳିଛି, ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ

ବାଇକରେ ଯାଉଥିଲା ବାଲଟ ବାକ୍ସ, ବିରୋଧ କଲେ ସ୍ଥାନୀୟ ଲୋକ

author img

By

Published : Feb 18, 2022, 7:56 PM IST

Updated : Feb 18, 2022, 8:34 PM IST

କଟକ: ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ କାର୍ଯ୍ୟ ଶେଷ ହେବା ପରେ କଟକ ବାରଙ୍ଗ ବ୍ଲକରେ ଏଭଳି କିଛି ଦେଖିବାକୁ ମଳିଛି, ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । କୁରାଙ୍ଗ ପ୍ରଧାନ ଗ୍ରାମପଞ୍ଚାୟତର କୁରୁଣ୍ଟି ଗାଁ ୧୧ ୱାର୍ଡ଼ରେ ବୁଥ୍‌ର ପ୍ରିଜାଇଡିଂ ଅଫିସର ଜଣେ ପୋଲିସ କର୍ମୀଙ୍କ ବାଇକ୍‌ରେ ବାଲଟ ବାକ୍ସକୁ ଆଣି ଷ୍ଟ୍ରଙ୍ଗ୍‌ ରୁମକୁ ଆଣିଛନ୍ତି । ବାଲଟ ବାକ୍ସକୁ ୪ ଚକିଆ ଯାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଫେରାଇ ଆଣିବାର ନିୟମ ରହିଛି ।

ବାଇକରେ ଯାଉଥିଲା ବାଲଟ ବାକ୍ସ, ବିରୋଧ କଲେ ସ୍ଥାନୀୟ ଲୋକ

କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଉପଯୁକ୍ତ ସୁରକ୍ଷା ବଦଳରେ ଜଣେ ପୋଲିସ କର୍ମୀଙ୍କ ସହ ଏକ ବାଇକରେ ନିଜେ ପ୍ରିଜାଇଡିଂ ଅଫିସର ବାଲଟ ବାକ୍ସକୁ ଆଣିଛନ୍ତି । ସ୍ଥାନୀୟ ଲୋକମାନେ ଏହାର ପ୍ରତିବାଦ କରିଛନ୍ତି । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି । ଲୋକଙ୍କ ପ୍ରତିବାଦ ପରେ ବାଲଟ ବାକ୍ସ ବୁଥ୍‌କୁ ଫେରିଛି । ଏହାପରେ ମଧ୍ୟ ଉତ୍ତେଜନା ଲାଗି ରହିଛି । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ।

ସେପଟେ ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ ସିଂହ । ବାଇକ୍‌ରେ ବାଲଟ ବାକ୍ସ ନିଆଯିବା ପରେ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ଶତାଧିକ ଲୋକ ରାସ୍ତା ଉପରେ ବସିଥିଲେ । କଟକ ସଦର ପୋଲିସ ଘଟଣାକୁ ଗୁରୁତର ସହ ନେଇ ଭୋଟ ବାକ୍ସକୁ ଉଦ୍ଧାର କରିଥିଲା । କଟକ ଡିସିପି ଖୋଦ୍‌ ଭୋଟ ବାକ୍ସ ସିଲ୍ ଚେକ୍ କରିଥିଲେ । ସିଲ୍ ଠିକ୍ ଥିବା ଜଣା ପଡିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନୁସନ୍ଧାନ ରୁ ଜଣା ପଡିଛି ଯେ ଭୋଟ ବାକ୍ସ ନେଇ ପଳାଇ ଥିବା ବ୍ୟକ୍ତି ହେଉଛନ୍ତି ଖୋଦ୍ ପୋଲିଂ ଅଫିସର । ତେବେ ଏହି ଘଟଣା ଉପରେ ଏକ ରିପୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି କଟକ ଡିସିପି ।

କଟକରୁ ନାରାୟଣ ସାହୁ ଓ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 18, 2022, 8:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.