ETV Bharat / state

ନିଆଳି ମହୋତ୍ସବର ତୃତୀୟ ସନ୍ଧ୍ୟା, ପପୁ ପମ୍‌ପମ୍‌ଙ୍କ କମେଡି ଲଗାଇଲା ଚାର୍‌ଚାନ୍ଦ୍‌

author img

By

Published : Jan 30, 2023, 2:23 PM IST

ଜମୁଛି ନିଆଳି ମହୋତ୍ସବ । ତୃତୀୟ ସନ୍ଧ୍ୟାରେ ପପୁ ପମ୍‌ପମ୍‌ଙ୍କ କମେଡି ଏବଂ ସୌରଭ ନାୟକଙ୍କ ଗୀତରେ ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

Niali mohatsav
Niali mohatsav
Niali mohatsav

ନିଆଳି: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ନିଆଳି ମହୋତ୍ସବ । ସନ୍ଧ୍ୟା ହେଲେ ଜମୁଛି ଲୋକଙ୍କ ଭିଡ । ରବିବାର ତୃତୀୟ ସନ୍ଧ୍ୟାରେ ନିଆଳି ମାଘ ସପ୍ତମୀ ପଡ଼ିଆରେ ଖୋର୍ଦ୍ଧାର କଳିଙ୍ଗ ପାଇକ ଆଖଡ଼ା ଓ ସମ୍ବଲପୁରୀ ନୃତ୍ୟ ଦର୍ଶକ ବିମୋହିତ ହୋଇଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ସୁମଧୁର ସଙ୍ଗୀତ ସାଙ୍ଗକୁ କମେଡି କିଙ୍ଗ୍‌ ପପୁ ପମ୍‌ପମ୍‌ଙ୍କ ଜବରଦସ୍ତ କମେଡିରେ ମଗ୍ନ ହୋଇଥିଲେ ଲୋକେ ।

ନିଆଳି ମହୋତ୍ସବ ତୃତୀୟ ସନ୍ଧ୍ୟାରେ କଟକ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତୃତୀୟ ସନ୍ଧ୍ୟାକୁ ଉଦଘାଟନ କରିବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତୃତୀୟ ସନ୍ଧ୍ୟାରେ ନିଆଳି ବିଧାୟକ ତଥା ନିଆଳି ମହୋତ୍ସବର ସଭାପତି ପ୍ରମୋଦ କୁମାର ମଲ୍ଲିକଙ୍କ ସମେତ ଦୁଇ ଜିଲ୍ଲାପରିଷଦ ସଭ୍ଯ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଆଳି ମହୋତ୍ସବ ଗୁଣଗାନ କରିଥିଲେ । ପ୍ରାଚୀ ତଟରେ ମାଘ ସପ୍ତମୀ ପଡ଼ିଆରେ ଏହି ନିଆଳି ମହୋତ୍ସବ ମଞ୍ଚରେ ଗାଁ, ଗହଳିରେ ଲୁକାୟତ ବିଭିନ୍ନ କଳା ପ୍ରଦର୍ଶିତ ଯୋଗୁଁ ପୂର୍ବ ଇତିହାସ ପୁନଃ ଜନ୍ମ ଲାଭ କରିବା ସହ ହଜାର ହଜାର ଲୋକ ଏକାଠି ହୋଇ ମଜା ନେବା ସହ ଏକ ଭାଇଚାରା ସୃଷ୍ଟି ହେଉଛି ବୋଲି କହିଥିଲେ ଉପସ୍ଥିତ ଅତିଥିମାନେ।

ଏହା ମଧ୍ୟ ପଢନ୍ତୁ: ନବ ଦାସଙ୍କ ନିଧନ, ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

ଏହି ମହୋତ୍ସବ ଆରମ୍ଭରୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନିଧନ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ତୃତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ମାନସୀ ପାତ୍ର ଓ ସୌରଭ ନାୟକ ରୋମାଣ୍ଟିକ ଗୀତ ଗାଇଥିଲେ । ସେହିପରି ଧାରାବାହିକ ଝିଲ୍ଲି ପରିବାରର କଳାକାରମାନଙ୍କ ପକ୍ଷରୁ କଳା ପ୍ରଦର୍ଶିତ ହୋଇଥିଲା । ଖୋର୍ଦ୍ଧାର ପ୍ରସିଦ୍ଧ ପାଇକ ଆଖଡ଼ା ପ୍ରଦର୍ଶନ ହୋଇଥିଲା । ପପୁ ପମ୍‌ପମ୍‌ ନିଜ କମେଡି ଅନ୍ଦାଜରେ ଉପସ୍ଥିତ ଦର୍ଶକ ମାନଙ୍କୁ ହସାଇହସାଇ ବେଦମ ହୋଇଥିଲେ । ସେହିପରି ଆଞ୍ଚଳିକ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ପ୍ରକାଶଥାଉକି, ଦ୍ବିତୀୟ ସନ୍ଧ୍ୟାରେ କଟକ ଜିଲ୍ଲାପାଳ ଯୋଗ ଦେଇଥିଲେ । ମଞ୍ଚରେ କଟକର ଲୋକଶାସ୍ତ୍ର ପକ୍ଷରୁ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଡାଲଖାଇ, ପୁରୀର ମଲଖମ ବେଶ ବିମୋହିତ କରିଥିଲା ଦର୍ଶକମାନଙ୍କୁ । ଏହାସହ କମେଡି କିଙ୍ଗ୍‌ ପ୍ରଜ୍ଞା ଓ ଶଙ୍କରଙ୍କ କମେଡିରେ ବେଦମ ହସିଥିଲେ ଉପସ୍ଥିତ ଦର୍ଶକ । ସେହିପରି ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଓ ତାଙ୍କ ଟିମ୍‌ର ମନଛୁଆଁ ଗୀତ ଶୀତୁଆ ସଂଧ୍ୟାରେ ଚାରଚାନ୍ଦ ଲଗାଇ ଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.