ETV Bharat / state

ମାହାଙ୍ଗାରେ ନ୍ୟାୟ ମହଙ୍ଗା: ପିସିସି ସଭାପତି

author img

By

Published : Jan 9, 2021, 6:07 AM IST

ଦୁଇ ବିଜେପି କର୍ମୀ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ଏହାପୂର୍ବରୁ ବିଜେପିର ରାଜ୍ୟ ପ୍ରଭାରୀ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଅଧିକ ପଢ଼ନ୍ତୁ...

PCC president Niranjan Patnaik and senior Congress leader Suresh Rautaray met the families of two BJP activists
ମାହାଙ୍ଗାରେ ନ୍ୟାୟ ମହଙ୍ଗା: ପିସିସି ସଭାପତି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ସରଗରମ ସିଲଭରସିଟି। ଦୁଇ ବିଜେପି କର୍ମୀ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାରକୁ ଆଜି(ଶୁକ୍ରବାର) ଭେଟିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାପୂର୍ବରୁ ବିଜେପି ରାଜ୍ୟ ପ୍ରଭାରୀ ଆସି ମଧ୍ୟ ଦୁହିଁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

ମାହାଙ୍ଗାରେ ନ୍ୟାୟ ମହଙ୍ଗା: ପିସିସି ସଭାପତି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତା ସୁରେଶ ରାଉତରାୟ ଓ ଅନ୍ୟ କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, "ମାହାଙ୍ଗାରେ ନ୍ୟାୟ ପାଇବା ମହଙ୍ଗା ହୋଇ ଗଲାଣି। ଏଠି ଦୁର୍ନିତୀ ଏକ ପ୍ରକାର ନିତି ଦିନିଆ ହୋଇ ଗଲାଣି। ଏହାପୂର୍ବରୁ ବିକାଶ ଜେନାଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏସବୁ ହତ୍ୟାକାଣ୍ଡର ମୁଖ୍ୟକାରଣ ହେଉଛି ରାଜନୀତି। ଦୁର୍ନିତୀ ଯେଉଁଠି ବାହାରକୁ ଆସିବା ଭୟ ରହୁଛି ସେଠି ଲୋକଙ୍କୁ ହତ୍ୟା କରାଯାଉଛି। "

ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହେଉଥିବା କଥା ଏକ ଟ୍ରମକାର୍ଡ ବୋଲି କହିଛନ୍ତି ନିରଞ୍ଜନ। ମୁକ୍ୟ ମୁଦ୍ଦାକୁ ଭୁଲାଇବା ପାଇଁ ଏଭଳି କୁହାଯାଉଥିବା ସନ୍ଦେହ କରିଛନ୍ତି ପିସିସି ସଭାପତି।

ଦୁଇ ବିଜେପି କର୍ମୀ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାକୁ ନେଇ ବିଜେପି ସ୍ବତନ୍ତ୍ର ଦାବି କରି ଆସୁଛି। ଏହାକୁ ନେଇ ଆଜି(ଶୁକ୍ରବାର) ଆନ୍ଦୋଲନରତ ବିଜେପି କର୍ମୀଙ୍କୁ ଭେଟିଛନ୍ତି ପୋଲିସ ଡିଜି। 10 ଦିନ ମଧ୍ୟରେ ସ୍ବତନ୍ତ୍ର ତଦନ୍ତ ପାଇଁ ସେ ପ୍ରତିଶୃତି ଦେଇଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.