ETV Bharat / state

ଶିକ୍ଷକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲରେ ତାଲା, ଭାଙ୍ଗିଲା ପୋଲିସ - ବାଲିପାଟଣା ବିଡିଓ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ

ତୃତୀୟ ଦିନରେ ପହଞ୍ଚିଲା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା ।ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲରେ ତାଲା । ଘଟଣା ସ୍ଥଳରେ ବନମାଳୀପୁର ପୋଲିସ ପହଞ୍ଚି ଭାଙ୍ଗିଲା ତାଲା । ଅଧିକ ପଢନ୍ତୁ

ଶିକ୍ଷକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲରେ ତାଲା

author img

By ETV Bharat Odisha Team

Published : Nov 25, 2023, 8:18 PM IST

ଶିକ୍ଷକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲରେ ତାଲା

ନିଆଳି: ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କୁ ଆକ୍ରମଣ ଘଟଣା । ତୃତୀୟ ଦିନରେ ପହଞ୍ଚିଲା ଭିଭାବକ ଓ ଛାତ୍ରଛାତ୍ରୀ ଧାରଣା ।ଅଭିଯୁକ୍ତକୁ ଗିରଫ ଦାବିରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ଖବର ପାଇ ବନମାଳୀପୁର ପୋଲିସ ପହଞ୍ଚି ତାଲା ଭାଙ୍ଗିବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍କୁଲ ପରିସରକୁ ପ୍ରବେଶ କରାଇଥିବା ନେଇ ସୂଚନା ମିଳିଛି । ସେପଟେ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ଧାରଣା ଜାରି ରହିଛି । ଫଳରେ ପାଠପଢା ବାଧାପ୍ରାପ୍ତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅଭୟମୁଖି ପଞ୍ଚାୟତର ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ୨୨ ତାରିଖ ଦିନ ବିଦ୍ୟାଳୟର ଶିକ୍ଷା କମିଟି ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ବୈଠକ ଚାଲୁଥିବା ସମୟରେ ଜଣେ ଅଭିଭାବକ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କମିଟିର ସଦସ୍ୟଙ୍କୁ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲା । ଫଳରେ ସମସ୍ତ ଶିକ୍ଷକ ଏବଂ ଶିକ୍ଷା କମିଟି ମିିଶି ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ ।ଏହା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନଥିଲା । ଫଳରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ଦାବିରେ ୨୩ ତାରିଖ ଠାରୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ସ୍କୁଲ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ଗତକାଲି ଶିକ୍ଷା ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣାକୁ ନିନ୍ଦା କରିଥିଲେ ।

ସେହିଭଳି ଆଜି ଅଭିଭାବକ ଏବଂ ଛାତ୍ରଛାତ୍ରୀ ଅଭିଯୁକ୍ତକୁ ଗିରଫ ଏବଂ ସେମାନଙ୍କ ସୁରକ୍ଷା ଦାବି କରି ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ । ଏହି ସମୟରେ ଶିକ୍ଷକମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ଅଭିଭାବକ ମାନେ ତାଲା ଖୋଲିନଥିଲେ ।ଫଳରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍କୁଲର ତାଲାକୁ ଭାଙ୍ଗିଥିଲା । ଶିକ୍ଷକମାନେ ସ୍କୁଲକୁ ପ୍ରବେଶ କରିଥିଲେ ମଧ୍ୟ ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଥିଲେ ।
ଏହା ମଧ୍ୟ ପଢନ୍ତୁ......ବିଦ୍ୟାଳୟରେ ତୁମୁଳକାଣ୍ଡ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଲେ ଶିକ୍ଷକ ଓ ଅଭିଭାବକ

ତେବେ ଘଟଣା ସ୍ଥଳରେ ବାଲିପାଟଣା ବିଡିଓ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ । ଫଳରେ ଏହି ଧାରଣା ଯୋଗୁଁ ବରାହୀ ସରକାରୀ ଉଚ୍ଚ ବିଦ୍ୟାଳୟର ୪୩୭ ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ।ଏହି ଘଟଣାରେ ଥାନାରେ ୩ଟି ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୈଣସି ଅଭିଯୋଗ ରୁଜୁ କରିନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।ସେପଟେ ବିଡିଓ କହିଛନ୍ତି ଶିକ୍ଷକଙ୍କ ଅଭିଯୋଗ ରୁଜୁ ହୋଇଥିବା ବେଳେ ଅନ୍ୟ ଦୁଇଟି ପୋଲିସ ସହ ଆଲୋଚନା ଜାରି ରହିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.