ETV Bharat / state

ନୂଆବର୍ଷରୁ ହାଇକୋର୍ଟରେ ନୂଆ ନିୟମ, ପେପରଲେସ ହେବ ଜାମିନ ଆବେଦନ ବିଭାଗ

author img

By ETV Bharat Odisha Team

Published : Dec 28, 2023, 10:23 AM IST

High Court New Rule: ନୂଆ ବର୍ଷରୁ ହାଇକୋର୍ଟରେ ଜାମିନ ଆବେଦନ ମାମଲା ଉପରେ କାର୍ଯ୍ୟ କରୁଥିବା ବିଭାଗଗୁଡ଼ିକ ସଂପୂର୍ଣ୍ଣ ପେପରଲେସ୍‌ ବ୍ୟବସ୍ଥାରେ କାର୍ଯ୍ୟ କରିବେ ।

ଜାନୁଆରୀ ପହିଲାରୁ ହାଇକୋର୍ଟରେ ନୂଆ ନିୟମ
ଜାନୁଆରୀ ପହିଲାରୁ ହାଇକୋର୍ଟରେ ନୂଆ ନିୟମ

କଟକ: ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଜାମିନ ଆବେଦନ ବିଭାଗ ହେବ ସମ୍ପୂର୍ଣ୍ଣ ପେପରଲେସ୍ । ଏନେଇ ହାଇକୋର୍ଟ ପକ୍ଷରୁ ଜାରି ଷ୍ଟାଣ୍ଡିଂ ଅର୍ଡରରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ହାଇକୋର୍ଟରେ ନୂଆ ମାମଲା ଦାଖଲ ହେବା ପରେ ସିଧାସଳଖ ପଞ୍ଜୀକରଣ କରାଯାଉଥିଲା ଓ ମାମଲା ନମ୍ବର ମିଳି ଯାଉଥିଲା । ହେଲେ ଏବେ ହାଇକୋର୍ଟରେ ଦାଖଲ ନୂଆ ମାମଲାକୁ ପ୍ରଥମେ ଡାଏରୀ ନମ୍ବର ଦିଆଯିବ । ଯାଞ୍ଚ ପରେ ଯଦି ସବୁ ଠିକ୍ ଥିବ ତେବେ ଏହାକୁ ପଞ୍ଜୀକରଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।

୨୦୨୪ ଜାନୁଆରୀ ୧‌ରୁ ଦାଖଲ ହେବାକୁ ଥିବା ନୂଆ ମାମଲାକୁ ପ୍ରଥମେ ଡାଏରୀ ନମ୍ବର ଦିଆଯିବ ତା' ପରେ ଷ୍ଟାମ୍ପ ରିପୋର୍ଟରଙ୍କ ଦ୍ବାରା ଯାଞ୍ଚ କରାଯିବ । ଯଦି ମାମଲାରେ କିଛି ତ୍ରୁଟି ନଥିବ ତେବେ ଫାଇଲିଂ ସେକ୍ସନ ଏହାକୁ ପଞ୍ଜୀକରଣ କରିବ ଏବଂ ଏକ ବୈଧ ମାମଲା ନମ୍ବର ପ୍ରଦାନ କରାଯିବ । ଡାଏରୀ ନମ୍ବର ଠାରୁ ମାମଲା ନମ୍ବର ଭିନ୍ନ ରହିବ । ଯଦି ଦାଖଲ ମାମଲାରେ କିଛି ତ୍ରୁଟି ଥିବ, ତେବେ ଏନେଇ ହାଇକୋର୍ଟ ୱେବସାଇଟରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ।

ଏହା ମଧ୍ୟ ପଢନ୍ତୁ- କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଡ୍ରେନ ସମସ୍ୟା, ବିଭିନ୍ନ ସଂସ୍ଥାକୁ ହାଇକୋର୍ଟଙ୍କ ଛାଟ

ଏହା ମଧ୍ୟ ପଢନ୍ତୁ- ଜୁନିଅର ମେଡିକାଲ ଅଫିସର ନିଯୁକ୍ତି ପ୍ରସଙ୍ଗ, ଅଙ୍କୁଶ ଲଗାଇଲେ ହାଇକୋର୍ଟ

ଆଇନଜୀବୀ ଓ ପକ୍ଷଙ୍କ ଦ୍ବାରା ଏପରି ମାମଲାର ତ୍ରୁଟି ଦୂର ପାଇଁ ଦାଖଲ ଠାରୁ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ଯଦି ଏକ ମାସ ଭିତରେ ତ୍ରୁଟି ଦୂର ହୁଏ ତେବେ ଫାଇଲିଂ ସେକ୍ସନ ଦ୍ବାରା ଏହାର ପଞ୍ଜୀକରଣ କରାଯିବ । ଯଦି ଏକ ମାସ ଭିତରେ ତ୍ରୁଟି ଦୂର ନ କରାଯାଏ ତେବେ ମାମଲା ଖାରଜ ହେବ । ବିଭିନ୍ନ କାର୍ଯ୍ୟ ପାଇଁ ସମୟ ନିର୍ଘଣ୍ଟ ନେଇ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଜାମିନ ଆବେଦନ ଗୁଡିକ କାରବାର ହେଉଥିବା ସେକ୍ସନ ଗୁଡିକ ପେପରଲେସ୍ ବ୍ୟବସ୍ଥାରେ କାର୍ଯ୍ୟ କରିବେ । ସେହିପରି ୨୦୨୪ ଜାନୁଆରୀ ୧ରୁ ସିଆରପିସିର ଧାରା ୪୩୮ ଓ ୪୩୯ରେ ରୁଜୁ ଜାମିନ ଆବେଦନ ଗୁଡିକର ରେକର୍ଡ ପେପରଲେସ୍ ବ୍ୟବସ୍ଥାରେ ବିଭିନ୍ନ ସଂଯୁକ୍ତ ସେକ୍ସନ ଯଥା ଷ୍ଟାମ୍ପ ରିପୋର୍ଟିଂ ସେକ୍ସନ, ବେଲ ସେକ୍ସନ, ଲିଷ୍ଟ ସେକ୍ସନ ଭିତରେ ଗତିଶୀଳ ହେବ ବୋଲି ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.