ନିଆଳି: ସୁରୁଖୁରୁରେ ସରିଲା ସାନି ମତଦାନ । ମତାମତ ହାର ୭୧.୪୯ ପ୍ରତିଶତ ରହିଥିବା ସୂଚନା । କଟକ ଜିଲ୍ଲା ନିଆଳି ବ୍ଳକର ତିନୋଟି ପଞ୍ଚାୟତର ୧୪ଟି ବୁଥରେ ଆଜି(ଶୁକ୍ରବାର) ସକାଳ ୧୦ ଟା ରୁ ସାନି ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା । କଡା ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ସାନି ମତଦାନ ସରିଛି ।
କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ମଧ୍ୟ ବିଭିନ୍ନ ବୁଥ ପରିଦର୍ଶନ କରିଥିଲେ । ପୋଖରୀ ଗାଁ ପଞ୍ଚାୟତ ପାଇଁ ୧୨ ଟି ବୁଥ ଏବଂ ଅଲଣା ଓ ବିଳାଶୁଣି ପଞ୍ଚାୟତରେ ଗୋଟିଏ ଲେଖାଏଁ ବୁଥରେ ମତଦାନ ଅନୁଷ୍ଠିତ ହୋଇଥିଲା । ମୋଟ ୧୪ ଟି ବୁଥରେ ୩୬୦୨ ଜଣ ଭୋଟରଙ୍କ ମଧ୍ୟରୁ ୨୫୭୫ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି ।
ତେବେ ଗତକାଲି(ଗୁରୁବାର) ଶେଷପର୍ଯ୍ୟାୟ ମତଦାନ ସମୟରେ ଏହିସବୁ ବୁଥଗୁଡିରେ ଗଣ୍ତଗୋଳ, ବାଲଟ ବକ୍ସ ଲୁଟ ଏବଂ ହିଂସାକାଣ୍ତ ଯୋଗୁଁ ମତଦାନ ଅଧାରୁ ବନ୍ଦ ରହିଥିଲା । ଫଳରେ ଏସବୁ ବ୍ଲକରେ ସାନି ମତଦାନ ହୋଇଛି । ଆସନ୍ତାକାଲି ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ