ETV Bharat / state

ଖୋଲିଲା ଧାନ ମଣ୍ଡି, ମିଲର ଅପେକ୍ଷାରେ ଚାଷୀ - Balianta news

Mandi Opened In Balianta:ବାଲିଅନ୍ତା ବ୍ଲକରେ ବିଳମ୍ବରେ ଖୋଲିଛି ଧାନ ମଣ୍ଡି । ହେଲେ ମିଲର ମଣ୍ଡିକୁ ନଆସିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ

ଖୋଲିଲା ଧାନ ମଣ୍ଡି, ମିଲର ଅପେକ୍ଷାରେ ଚାଷୀ
ଖୋଲିଲା ଧାନ ମଣ୍ଡି, ମିଲର ଅପେକ୍ଷାରେ ଚାଷୀ
author img

By ETV Bharat Odisha Team

Published : Jan 10, 2024, 10:13 PM IST

ଖୋଲିଲା ଧାନ ମଣ୍ଡି, ମିଲର ଅପେକ୍ଷାରେ ଚାଷୀ

ନିଆଳି: ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଦେଖାଦେଇଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଗତ ୫ ତାରିଖ ଦିନ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସରକାର ବାଲିଅନ୍ତା ବ୍ଲକରରେ ଗୋଟିଏ ପରେ ଗୋଟିଏ ଧାନ ମଣ୍ଡି ଖୋଲିଛନ୍ତି । ଏପଟେ ଧାନ ମଣ୍ଡି ଉଦଘାଟିତ ହୋଇଛି କିନ୍ତୁ ମିଲର୍ସ ନ ଆସିବାରୁ ଚାଷୀ ଧାନ ମଣ୍ଡିରେ ରଖି ଅପେକ୍ଷା କରିଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଅନ୍ତା ବ୍ଲକର ମହୁଖଣ୍ତା ସେବା ସମବାୟ ସମିତିରେ ।

ମିଳିଥିବା ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ମହୁଖଣ୍ତା ସେବା ସମବାୟ ସମିତି ଲିଃ ପକ୍ଷରୁ ଆଜି ପୂଜାର୍ଚ୍ଚନା କରି ଧାନ ମଣ୍ଡି ଖୋଲିଛି । ନଅ ଦିନ ବିଳମ୍ବରେ ଧାନ ମଣ୍ଡି ମହୁଖଣ୍ଡରେ ଉଦଘାଟିତ ହୋଇଛି । କିନ୍ତୁ ମିଲରସ ଆସିନଥିବା ଚାଷୀ ହତାଷ ହୋଇଛନ୍ତି । ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଧାନ ନ ଉଠିଲେ ଚାଷୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ । ବର୍ତ୍ତମାନ ଉତ୍ୟକ୍ତ ଚାଷୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ସେହିପରି ବାଲିଅନ୍ତା ବ୍ଲକର ବେଣୁପୁର ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ହୋଇଛି । 9831 କୁଇଣ୍ଟାଲ ଧାନ 149 ଜଣ ଚାଷୀଙ୍କ ଠାରୁ ଧାନ କିଣା ହେବାର ଲକ୍ଷ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ .....ଖବର ବାଜିଲା ପଡ଼ିଲା ପ୍ରଭାବ, ବାଲିଅନ୍ତା ବ୍ଲକରେ ୩ଟି ସରକାରୀ ଧାନମଣ୍ଡି ଉଦଘାଟିତ

ଅନ୍ୟପଟେ ମହୁଖଣ୍ତା ସେବା ସମବାୟ ସମିତିର ସମ୍ପାଦକ ହେମନ୍ତ ନାୟକ କହିଛନ୍ତି ,"ଏଠାରେ ୨୯୮ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ଆଜି ୩୬ ଜଣ ଚାଷୀଙ୍କ ପାଇଁ ଟୋକେନ ଆସିଥିଲା । ହେଲେ ମିଲରର ଅସୁବିଧା ଥିବା କାରଣରୁ ଆଜି ମିଲର ଆସି ପାରିଲେନାହିଁ । ଏହା ପରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲୁ । ପରେ ସେମାନେ ଆମକୁ କହିଥିଲେ ଆଜି ଧାନ ମଣ୍ଡି ଉଦଘାଟନ କର । ଯେ କୌଣସି ମିଲର ଆସି ଧାନ ସଂଗ୍ରହ କରିବେ । କିନ୍ତୁ ବର୍ତ୍ତମାନ ଧାନ ସଂଗ୍ରହ ପାଇଁ କୈଣସି ମିଲର ପହଞ୍ଚିଲେ ନାହିଁ । ଲୋକେ କହୁଛନ୍ତି ଆଜି ଯଦି ଧାନ ସଂଗ୍ରହ ନହେଲା, ତାହାଲେ ସେମାନେ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।" ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ସି.ଏସ.ଓ ସୁଗୁଦା ମୁର୍ମୁ କହିଛନ୍ତି ଚାଷୀଙ୍କ ଧାନ ଶୀଘ୍ର ମଣ୍ତିରୁ ଧାନ ସଂଗ୍ରହ କରାଯିବ ବୋଲି ଟେଲିଫୋନ ଯୋଗେ ଇଟିଭି ଭାରତକୁ କହିଛନ୍ତି ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.