ETV Bharat / state

କାଳୀ ମନ୍ଦିର ଉଚ୍ଛେଦ ପ୍ରତିବାଦରେ ମଠ ମନ୍ଦିର ସୁରକ୍ଷା ସେନା ପଦଯାତ୍ରା - cuttack padayatra

କଟକ ଖାନନଗରରେ ପ୍ରସ୍ତାବିତ ବସ ଟର୍ମିନାଲ ପାଇଁ କଟକର ଐତିହାସିକ ମା କାଳୀଙ୍କ ଶକ୍ତିପୀଠ ଉଚ୍ଛେଦ ନିଷ୍ପତ୍ତି ପ୍ରତିବାଦରେ ମଠ ମନ୍ଦିର ସୁରକ୍ଷା ସେନାର ପଦଯାତ୍ରା । ଅଧିକ ପଢନ୍ତୁ...

କାଳୀ ମନ୍ଦିର ଉଚ୍ଛେଦ ପ୍ରତିବାଦରେ ମଠ ମନ୍ଦିର ସୁରକ୍ଷା ସେନା ପଦଯାତ୍ରା

author img

By

Published : Feb 12, 2021, 6:53 PM IST

କଟକ: ଖାନନଗରରେ ପ୍ରସ୍ତାବିତ ବସ ଟର୍ମିନାଲ ପାଇଁ କଟକର ଐତିହାସିକ ମା କାଳୀଙ୍କ ଶକ୍ତିପୀଠ ଉଚ୍ଛେଦ ନେଇ ନିଷ୍ପତ୍ତି ହୋଇଛି । ଯାହାକୁ ମଠ ମନ୍ଦିର ସୁରକ୍ଷା ସେନା ପକ୍ଷରୁ ବିରୋଧ କରାଯାଇ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଧାର୍ମିକ ପଦଯାତ୍ରା କରାଯାଇଛି । ମା କାଳୀଙ୍କ ପୀଠରୁ ପଦଯାତ୍ରା ବାହାରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ଏବଂ ସେଠାରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କାଳୀ ମନ୍ଦିର ଉଚ୍ଛେଦ ପ୍ରତିବାଦରେ ମଠ ମନ୍ଦିର ସୁରକ୍ଷା ସେନା ପଦଯାତ୍ରା

ଏହି ପଦଯାତ୍ରାରେ ଶତାଧିକ କର୍ମୀମାନେ ହିନ୍ଦୁ ଧର୍ମୀୟ ପତାକା ଧରିବା ସହ ଢୋଲ ମୃଦଙ୍ଗ ବଜାଇ ମନ୍ଦିର ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ତେବେ ଯଦି ପ୍ରଶାସନ ଏହା ଉପରେ କିଛି ବିଚାର ନ କରେ ତେବେ ଆଗାମୀ ଦିନରେ ବଡ ଧରଣର ବିରୋଧ କରାଯିବାକୁ ଚେତବାନୀ ଦେଇଛି ସେନା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.