କଟକ: ହାଇକୋର୍ଟରେ ଡିଏସପି ପଦୋନ୍ନତି ମାମଲା । ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ।
ଓଡିଶା ଲୋକସେବା ଆୟୋଗ ଦ୍ଵାରା ଜାରି ହୋଇଥିବା ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ହାଇକୋର୍ଟ । ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ପଦୋନ୍ନତି ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ଓଡିଶା ଲୋକସେବା ଆୟୋଗ (Odisha Public Service Commission) । ଡିଏସପି ପଦୋନ୍ନତିରେ ଅନିୟମିତତା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ ।
ଡିଏସପି ପଦୋନ୍ନତି ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ନେଇ ଆବେଦନାକାରୀଙ୍କ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ଏହି ସୂଚନା ଦେଇଛନ୍ତି । ୨୦୨୧ରେ ଡିଏସପି ଭାବେ ପଦନ୍ନୋତି ପାଇଥିବା ଅଧିକାରୀମାନେ ୨୦୨୪ ଯାଏଁ ଏଏସପି ପଦବୀକୁ ପଦନ୍ନୋତି ପାଇବେ ନାହିଁ । ଯେଉଁ ଅଧିକାରୀମାନେ ଓଡିଶା ଲୋକସେବା ଆୟୋଗ (Odisha Public Service Commission) ପରୀକ୍ଷା ଦେଇ ଡିଏସପି ଭାବେ ସିଧାସଳଖ ନିଯୁକ୍ତି ପାଇଛନ୍ତି ସେମାନେ ଆଡିସନାଲ ଏସପି(ଏଏସପି) ପଦବୀକୁ ପଦନ୍ନୋତି ପାଇବା ନିମନ୍ତେ ବାଟଫିଟିଛି ।
ଇଟିଭି ଭାରତ, କଟକ