ETV Bharat / state

ମଙ୍ଗଳାଯୋଡିକୁ ନିଶବ୍ଦ ଅଞ୍ଚଳ ଘୋଷଣା ମାମଲା, ଆଇନଗତ ବ୍ୟବସ୍ଥା ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Dec 20, 2023, 7:18 PM IST

High Court on Mangalajodi Issue: ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ଉପରେ କଟକଣା ପ୍ରସଙ୍ଗ । ଆଇନରେ କଣ ବ୍ୟବସ୍ଥା ରହିଛି ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମଙ୍ଗାଳଯୋଡିକୁ ନିଶବ୍ଦ ଅଞ୍ଚଳ ଘୋଷଣା ମାମଲା ,  ଆଇନଗତ ବ୍ୟବସ୍ଥା ଜଣାଇବାକୁ ହାଇକୋର୍ଟର ନିର୍ଦେଶ

ମଙ୍ଗଳାଯୋଡିକୁ ନିଶବ୍ଦ ଅଞ୍ଚଳ ଘୋଷଣା ମାମଲା , ଆଇନଗତ ବ୍ୟବସ୍ଥା ଜଣାଇବାକୁ ହାଇକୋର୍ଟର ନିର୍ଦେଶ

କଟକ: ବିହଙ୍ଗ ବିହାର ଭାବେ ଓଡିଶାର ଚିଲିକା ହ୍ରଦର ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ବିଦେଶାଗତ ଅତିଥି ପକ୍ଷୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ଉପରେ କଟକଣା ପ୍ରସଙ୍ଗକୁ ନେଇ ପୂର୍ବରୁ ମାମଲା ଦାୟର ହୋଇଥିଲା । ଏହି ମାମଲାରେ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ନିର୍ଦ୍ଦେଶକ ହାଇକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ । ତେବେ ଏଠାରେ ନିର୍ଭରଶୀଳ ମତ୍ସ୍ୟଜୀବୀ ମାନଙ୍କର ଅନ୍ୟ କୌଣସି ବେଉସା ନ ଥିବା ବେଳେ ପାରମ୍ପରିକ ବୋଟରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ବାରଣ ନ କରିବାକୁ ଏଥିରେ ଆବେଦନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ୪୨୦୦ ମତ୍ସ୍ୟଜୀବୀ ମଙ୍ଗଳାଯୋଡି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବାରୁ ହାଇକୋର୍ଟ ସେ ସମ୍ପର୍କରେ ବିଚାର କରିବାକୁ ପ୍ରାର୍ଥନା କରାଯାଇଥିଲା ।

ହାଇକୋର୍ଟରେ ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ମାର୍ଚ୍ଚ ୬ ତାରିଖରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ବିବରଣୀ ରାଜ୍ୟ ସରକାରଙ୍କ ତରଫରୁ ଅଦାଲତରେ ଦାଖଲ କରାଯାଇଥିଲା । ଏଥି ସହିତ ମାମଲାର ଶୁଣାଣି ସମୟରେ ପୂର୍ବରୁ ଚିଲିକା ଡିଏଫଓ ହାଜର ହୋଇ ଦର୍ଶାଇଥିଲେ ଯେ, ଓଡିଶା ମେରାଇନ ଫିସିଙ୍ଗ ରେଗୁଲେସନ ଆକ୍ଟ ୧୯୮୧ର ସଂଶୋଧନ ତଥା ଦୃଢୀକରଣ କରାଯାଇ ମୋଟରବୋଟକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇପାରିବ । ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏହି ପ୍ରସଂଗରେ ପଦକ୍ଷେପ ନେଇପାରିବ । ମଙ୍ଗଳାଯୋଡି ଅଭୟାରଣ୍ୟ ହୋଇ ନ ଥିବାରୁ ମୋଟରବୋଟ ଚଳାଚଳ ନିଷେଧ କରାଯିବାରେ ସମସ୍ୟା ଦେଖାଦେଇଛି ବୋଲି ସରକାରଙ୍କ ତରଫରୁ ପୂର୍ବରୁ ମଧ୍ୟ ଦର୍ଶାଯାଇଥିଲା । ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି (ବିଏନଏଚଏସ)ର ବିଶେଷଜ୍ଞ ମଧ୍ୟ ପୂର୍ବରୁ ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ହାଇକୋର୍ଟରେ ନିଜ ମତ ରଖିଥିଲେ । ଏହା ସହିତ ମାମଲାରେ ପକ୍ଷଭୁକ୍ତ ହୋଇଥିବା ସ୍ଥାନୀୟ ମତ୍ସଜୀବୀଙ୍କ ତରଫରୁ ମଧ୍ୟ କେତେକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ... ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କଲା ପ୍ରଶାସନ

ଚିଲିକାର ମଙ୍ଗଳାଯୋଡି ଅଞ୍ଚଳକୁ ନିଶବ୍ଦ ଅଞ୍ଚଳ ଭାବେ ଘୋଷଣା କରିବା ପାଇଁ ଆଇନ ରେ କଣ ବ୍ୟବସ୍ଥା ରହିଛି ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୋଟର ଚଳିତ ଡ଼ଙ୍ଗାର ବିକଳ୍ପ ଉପରେ ମଧ୍ୟ ପ୍ରସ୍ତାବ ଦେବାକୁ ବି କୋର୍ଟ ନିର୍ଦେଶ ଦେଇଛନ୍ତି । ଉଭୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ଆବେଦନାକାରୀଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା ଜାନୁଆରୀ ଦ୍ବିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ମଙ୍ଗଳାଯୋଡି ଅଞ୍ଚଳର ଦିବାକର ବେହେରାଙ୍କ ପକ୍ଷରୁ ଏହି ମାମଲା ହାଇକୋର୍ଟରେ ରୁଜ୍ଜୁ ହୋଇଥିବା ବେଳେ ଆଇନଜୀବୀ ଆଶିଷ ମିଶ୍ର ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.