ETV Bharat / state

କୁକୁର ବନ୍ଧ୍ୟାକରଣ ପାଇଁ ଫିଟିଲା ବାଟ, ହାଇକୋର୍ଟରେ ସତ୍ୟପାଠ ଦେଲେ ସରକାର

Dog Sterilisation: ହାଇକୋର୍ଟରେ କୁକୁର ବନ୍ଧ୍ୟାକରଣ ପାଇଁ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ । ଗତ ଜୁନ ମାସରୁ ହାଇକୋର୍ଟଙ୍କ ତାଗିଦ୍ ପରେ କୁକୁରମାନଙ୍କ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ବନ୍ଦ ଥିଲା । ଅଧିକ ପଢନ୍ତୁ

କୁକୁର ବନ୍ଧ୍ୟାକରଣ ପାଇଁ ଫିଟିଲା ବାଟ, ହାଇକୋର୍ଟରେ ସତ୍ୟପାଠ ଦେଲେ ସରକାର
କୁକୁର ବନ୍ଧ୍ୟାକରଣ ପାଇଁ ଫିଟିଲା ବାଟ, ହାଇକୋର୍ଟରେ ସତ୍ୟପାଠ ଦେଲେ ସରକାର
author img

By ETV Bharat Odisha Team

Published : Jan 10, 2024, 7:40 AM IST

କୁକୁର ବନ୍ଧ୍ୟାକରଣ ପାଇଁ ଫିଟିଲା ବାଟ, ହାଇକୋର୍ଟରେ ସତ୍ୟପାଠ ଦେଲେ ସରକାର

କଟକ: କୁକୁର ବନ୍ଧ୍ୟାକରଣ ପାଇଁ ଫିଟିଲା ବାଟ । ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବା ପରେ ଏନେଇ ବାଟ ଫିଟିଛି । ପୂର୍ବରୁ ବନ୍ଧ୍ୟାକରଣ ଉପରେ ଅଙ୍କୁଶ ଲଗାଇଥିଲେ କୋର୍ଟ । ବିନା ମନିଟରିଂ କମିଟିରେ ବନ୍ଧ୍ୟାକରଣକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର ଉଲ୍ଳଙ୍ଘନ କରୁଥିବା ନେଇ ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ କୋର୍ଟ ଏହାର ଶୁଣାଣି କରି ପୂର୍ବରୁ ଏହା ଉପରେ ଅଙ୍କୁଶ ଲଗାଇଥିଲେ । ବିନା ମନିଟରିଂ କମିଟିରେ ବନ୍ଧ୍ୟାକରଣ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପରେ ବନ୍ଧ୍ୟାକରଣ ପ୍ରକ୍ରିୟା ବନ୍ଦ ହୋଇଥିଲା । ତେବେ କୋର୍ଟରେ ଏନେଇ ରାଜ୍ୟ ସରକାର ସତ୍ୟପାଠ କରିଛନ୍ତି । ବନ୍ଧ୍ୟାକରଣ ପାଇଁ ସରକାର ମନିଟରିଂ କମିଟି ଗଠନ କରିଥିବା କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି ସରକାର । କୋର୍ଟ ଏହାର ଶୁଣାଣି କରି ନିୟମ ଅନୁଯାୟୀ ବନ୍ଧ୍ୟାକରଣ ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ରାଜ୍ୟର ସମସ୍ତ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ବନ୍ଧ୍ୟାକରଣ ପାଇଁ ବାଟ ଫିଟିଛି ।

ଏହା ମଧ୍ୟ ପଢନ୍ତୁ... ହିଂସ୍ର ହେଉଛନ୍ତି କୁକୁର, ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ହାଇକୋର୍ଟରେ ବିଏମ୍‌ସି

ପ୍ରକାଶଯୋଗ୍ୟ ଯେ, ଗତ ଜୁନ ମାସରୁ ହାଇକୋର୍ଟଙ୍କ ତାଗିଦ୍ ପରେ କୁକୁରମାନଙ୍କ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଥିଲା । ଏହି ମାମଲାରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ନିଜର ପକ୍ଷ ନରଖିବା ପରେ ଭୁବନେଶ୍ବର ମହାନଗର ନିଗମ ନିଜ ଆଡୁ ଏହି ମାମଲାରେ ନିଜର ପକ୍ଷ ରଖିଥିଲେ । ସୂଚନାଯୋଗ୍ୟ ଯେ, ରାଜଧାନୀରେ ୬୦ ହଜାରରୁ ଅଧିକ କୁକୁର ଥିବାବେଳେ ଭୁବନେଶ୍ବର ମହାନଗର ନିଗମ (ବିଏମସି) କୁକୁରମାନଙ୍କ ବନ୍ଧ୍ୟାକରଣ ଯୋଜନାରେ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିସାରିଛି । ଗତ କିଛି ମାସ ହେବ ରାଜଧାନୀ ଭୁବନେଶ୍ବରରେ ବୁଲା କୁକୁରମାନଙ୍କ ଦୌରାତ୍ମ୍ୟ ବଢି ଚାଲିଥିବା ବେଳେ କୁକୁର କାମୁଡାରେ ଅନେକ ଲୋକ ହସ୍ପିଟାଲ ମୁହାଁ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.