ETV Bharat / state

କଟକ ସାଇକୋ କିଲରର ପର୍ଦ୍ଦାଫାଶ, ସନ୍ଦିଗ୍ଧ ଅଟକ - cuttack news

କଟକ ସାଇକୋ କିଲରକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଜଣେ ସନ୍ଦିଗ୍ଧକୁ ଅଟକ ରଖିବା ସହ ଅଧିକ ପଚରାଉଚୁରା କରୁଥିବାବେଳେ ଗଞ୍ଜାମ ଅଞ୍ଚଳର ନାରାୟଣ ସାହୁ ବୋଲି ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 29, 2019, 12:34 PM IST

Updated : Jul 29, 2019, 5:17 PM IST

କଟକ: ସହରରେ ଆତଙ୍କ ଖେଳାଇଥିବା ସନ୍ଦିଗ୍ଧ ସିରିଜ କିଲରକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି । ତେବେ ସେ ସାଇକୋ କିଲର ବୋଲି ସ୍ପଷ୍ଟ ହୋଇନଥିବାବେଳେ ଓଡଗାଁର ନାରାୟଣ ସାହୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ/ଭୁବନେଶ୍ବର

କଟକରେ 3 ଜଣ ଶ୍ରମିକଙ୍କୁ ସମାନ ଭାବେ ଗଳା କାଟି ହତ୍ୟା କରିଥିବା ଘଟଣାରେ ଆଜି ଜଣକୁ ଅଟକ ରଖିଥିଲା କମିଶନରେଟ ପୋଲିସ । ଏବଂ ବିଭିନ୍ନ ଦିଗକୁ ନେଇ ସନ୍ଦିଗ୍ଧକୁ ଅଧିକ ପଚରାଉଚରା କରାଯାଉଥିବା କହିଛନ୍ତି ଡିସିପି । ଗଞ୍ଜାମର ଏହି ବ୍ୟକ୍ତି ଜଣକ ତିନି 4 ମାସ ଧରି କଟକରେ ରହୁଥିଲା । ତେବେ ଗତ 24 ଘଟଣାର ପର ଠାରୁ ସେ ସହରରେ କୌଣସି ହତ୍ୟାକାଣ୍ଡ କରିନଥିଲା ।

ଏହି ସିରିଜ କିଲରକୁ ଧରିବା ପାଇଁ କମିଶନରେଟ ପୋଲିସ ଦିନ ରାତି ଏକ କରି ଦେଇଥିବାବେଳେ ସହରର କଳିକନ୍ଦିରେ ସିସିଟିଭି ଲଗାଯାଇଥିଲା । ତେବେ ସନ୍ଦିଗ୍ଧ ଅଟକ ରଖାଯିବା ପରେ କଟକବାସୀଙ୍କୁ ଆଉ ଆଶଙ୍କା ନକରିବାକୁ ପୋଲିସ କମିଶନର କହିଛନ୍ତି ।

ସୂଚନାଯୋଗ୍ୟ, ଜୁଲାଇ 23ରେ ଦୁଇ ଦୁଇଟି ହତ୍ୟାକାଣ୍ଡ କରିବା ପରେ 24ରେ ପୁଣି ଗୋଟେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସମାନ ଢଙ୍ଗରେ ହତ୍ୟା କରାଯାଉଥିବାର ଜଣଙ୍କ ଉପରେ ସନ୍ଦେହ କରୁଥିଲା ପୋଲିସ ।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କଟକରେ 3 ଜଣ ଶ୍ରମିକଙ୍କୁ ତଣ୍ଟି କାଟି ହତ୍ୟା କରିବା ଘଟଣାରେ ଆଜି ଜଣକୁ ଗିରଫ କରିଛି କମିଶନରେଟ ପୋଲିସ।ସନ୍ଦିଗ୍ଧ ଵ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ନାରାୟଣ ସାହୁ।ପୋଲିସ ତାଙ୍କୁ ଅଟକ ରଖିବା ସହ ଅଧିକ ପଚରା ଉଚରା କରୁଥିବା କଟକ ଡିସିପି କହିଛନ୍ତି। କଟକ ହତ୍ୟାକାଣ୍ଡ ସମ୍ପର୍କରେ ନାରାୟଣ ଙ୍କର ସମ୍ପର୍କ ବିଷୟରେ ଯଦିଓ ଡିସିପି ସିଧା ସଳଖ କହିନାହାନ୍ତି ତେବେ ଘଟଣାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି।ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇ ବିଭିନ୍ନ ଦିଗ ଉପରେ ପଚରା ଉଚରା ଚଳାଇଛି ପୋଲିସ।ସେହିପରି ଗତ 24 ତାରିଖ ହତ୍ୟାକାଣ୍ଡ ପରେ ସହରରେ ଆଉ କୌଣସି ହତ୍ୟା କରାଯାଇନଥିବା ଡିସିପି କହିଛନ୍ତି।

ବାଇଟ - ଅଖିଳେସ୍ୱର୍ ସିଂହ,କଟକ ଡିସିପି।Body:No needConclusion:No need
Last Updated : Jul 29, 2019, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.