ETV Bharat / state

ବେଆଇନ ଭାବେ OMFED କର୍ମଚାରୀଙ୍କୁ ଛଟେଇ, ଅନଶନରେ ବସିଲେ କର୍ମଚାରୀ - କଟକରେ OMFED ଛଟେଇ କର୍ମଚାରୀଙ୍କ ଅନଶନ

କଟକରେ ଦୀର୍ଘଦିନ ଧରି OMFEDରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବେଆଇନ ଭାବରେ ଛଟେଇ କରାଯାଇଥିବା ଅଭିଯୋଗ । କ୍ଷତିପୂରଣ ଦାବିରେ ଆମରଣ ଅନଶନରେ ବସିଲେ କର୍ମଚାରୀ । ଅଧିକ ପଢ଼ନ୍ତୁ

ବେଆଇନ ଭାବେ OMFED କର୍ମଚାରୀଙ୍କୁ ଛଟେଇ, ଅନଶନରେ ବସିଲେ କର୍ମଚାରୀ

author img

By

Published : Apr 28, 2022, 1:36 PM IST

କଟକ: ଜିଲ୍ଲାରେ ଦୀର୍ଘଦିନ ଧରି OMFEDରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଛଟେଇ କରାଯାଇଛି । ବାରଙ୍ଗ ବ୍ଲକ୍ ଅରିଲୋକୁ OMFED ଫାର୍ମ ସ୍ଥାନାନ୍ତର ପରେ କର୍ମଚାରୀଙ୍କୁ ନିଯୁକ୍ତି କିମ୍ବା ନ୍ୟାୟୋଚିତ କ୍ଷତି ପୂରଣ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କଲେ କିଛି ଲାଭ ହେଲାନି । ଶେଷରେ ଆଜି(ଗୁରୁବାର) ବିଦ୍ୟାଧରପୁର OMFED ଫାର୍ମ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଛଟେଇ କର୍ମଚାରୀ ।

ବେଆଇନ ଭାବେ OMFED କର୍ମଚାରୀଙ୍କୁ ଛଟେଇ, ଅନଶନରେ ବସିଲେ କର୍ମଚାରୀ

OMFED ଛଟେଇ କର୍ମଚାରୀ ସଂଘର ସଭାପତି ଶାନ୍ତୀଲତା ଦାସ ଓ ସମ୍ପାଦକ ପ୍ରତାପ କରଙ୍କ ନେତୃତ୍ବରେ ଆମରଣ ଅନଶନରେ ୫୦ରୁ ଅଧିକ ଛଟେଇ କର୍ମଚାରୀ ଯୋଗ ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ କର୍ମଚାରୀମାନେ ଅନଶନ ଭାଙ୍ଗିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି । ଅନଶନରେ ବସିଥିବା କର୍ମଚାରୀଙ୍କ ଅଭିଯୋଗ ହେଉଛି OMFED କର୍ତ୍ତୃପକ୍ଷ ବେଆଇନ୍ ଭାବେ ୮୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।

ଛଟେଇ ପରେ କର୍ମଚାରୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ବି ଖିଲାପ କରିଛନ୍ତି । ମାସକ ହିସା‌ବରେ ପ୍ରତ୍ୟେକ ଛଟେଇ କର୍ମଚାରୀଙ୍କୁ ୪ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ OMFED କର୍ତ୍ତୃପକ୍ଷ ବାର୍ଷିକ ହିସାବରେ ସେତିକି ଟଙ୍କା ଦେବେ ବୋଲି କହୁଥିବା ଅଭିଯୋଗ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.