ETV Bharat / state

OHRCଙ୍କ ନିର୍ଦ୍ଦେଶ, ସହର ବାହାର ଶ୍ମଶାନରେ ହେବ କୋରୋନାରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ - ଶବ ସତ୍କାର

କଟକର ଶ୍ମଶାନରେ ମୃତଦେହ ସତ୍କାର ନେଇ OHRC ଙ୍କ ନିର୍ଦ୍ଦେଶ । କୋରୋନାରେ ମୃତ ବ୍ୟକ୍ତିଙ୍କ ଶେଷକୃତ୍ୟ ପାଇଁ ସହର ବାହାରେ ଶ୍ମଶାନ ବ୍ୟବହାର କରିବାକୁ ରହିଛି ନିର୍ଦ୍ଦେଶ। ଅଧିକ ଖବର ପଢନ୍ତୁ...

ସହର ବାହାର ଶ୍ମଶାନରେ ମୃତଦେହ ସତ୍କାର ନେଇ OHRCଙ୍କ ନିର୍ଦ୍ଦେଶ

author img

By

Published : Oct 16, 2020, 8:50 AM IST

କଟକ: ସହରରେ ଶବ ସଂସ୍କାର ପାଇଁ ବିଭିନ୍ନ ମଶାଣିରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ । ସହରର ଉପାନ୍ତ ଅଞ୍ଚଳରେ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବା ସହ ଏହି ସ୍ଥାନରେ ଆଲୋକ ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରି ଶବ ସତ୍କାର କରିବାକୁ କମିଶନ କହିଛନ୍ତି।

ସହର ବାହାର ଶ୍ମଶାନରେ ମୃତଦେହ ସତ୍କାର ନେଇ OHRCଙ୍କ ନିର୍ଦ୍ଦେଶ
ସହର ବାହାର ଶ୍ମଶାନରେ ମୃତଦେହ ସତ୍କାର ନେଇ OHRCଙ୍କ ନିର୍ଦ୍ଦେଶ

ଯଥାଶୀଘ୍ର ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ କଟକ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ସହରରେ ନିର୍ଦ୍ଧିଷ୍ଟ କେତେକ ମଶାଣିରେ ସଂଖ୍ୟାଧିକ ଶବ ସତ୍କାର କରାଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ତଥା ବାଟୋଇଙ୍କ ପାଇଁ ଅନେକ ସମସ୍ୟା ଦେଖାଯାଉଛି।

ଏପରିକି ପ୍ରଦୂଷଣର କୁପ୍ରଭାଵ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ଉପରେ ପଡୁଥିବା କମିଶନ ଅର୍ଡରରେ ଉପସ୍ଥାପନ କରିଛନ୍ତି। ଏଥିସହ ମୁଖ୍ୟ ରାସ୍ଥା କଡରେ ଥିବା ସତୀଚଉରା ମଶାଣୀର ଶବ ସଂସ୍କାର ସମୟରେ ଦୃଶ୍ୟ ବାହାରକୁ ଦେଖାଯାଉଥିବା ଆବେଦନକାରୀ ଅଭିଯୋଗ କରିଥିଲେ।

ଫଳରେ ଏହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ଓ ପିଲାମାନଙ୍କ ଉପରେ ଏପରି ଦୃଶ୍ୟ ମାନସିକ ଉପରେ ପ୍ରଭାବ ପକାଇଥାଏ। ତେବେ ଏହି ଘଟଣାକୁ କମିଶନ ବିଚାର କରି ସତୀ ଚଉରା ଶ୍ମଶାନର ମୁଖ୍ୟ ରାସ୍ତା ପଟକୁ ଖୋଲା ଥିବା ଅଂଶକୁ ୧୦ ଦିନ ଭିତରେ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସତୀ ଚଉରାରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବା ଉପରେ କମିଶନ ଗୁରୁତ୍ବ ଦେଇଛନ୍ତି। କେବଳ ସେତିକି ନୁହେଁ ଶବ ସତ୍କାର ପାଇଁ ଆବଶ୍ୟକ କାଠର ବ୍ୟବସ୍ଥା କରିବା ପାଇଁ କମିଶନ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.