କଟକ: ଓଡିଶା ମହିଳା ଦଳର ହାଟ୍ରିକ ବିଜୟ । ସୁରଟରେ ଚାଲିଥିବା ସିନିୟର ମହିଳା ଏକଦିବସିୟ ଟ୍ରଫିରେ ପୁଣି ଏହି ବିଜୟ ହାସଲ କରିଛି ଓଡିଶା । ବିପକ୍ଷ ଛତିଶଗଡ଼କୁ 5 ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି ଓଡିଶା । ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଓଡିଶା । ବ୍ୟାଟିଂ ଆମନ୍ତ୍ରଣ ପାଇ ବିପକ୍ଷ ଛତିଶଗଡ଼ ସମସ୍ତ ୱିକେଟ ହରାଇ 148 ରନ କରିବାକୁ ସକ୍ଷମ ହୋଇଥିଲ । ଓଡିଶା ପକ୍ଷରୁ ଅଧୀନୟିକା ମଧୁସ୍ମିତା ବେହେରା 3 ,ରୋସନାରା ପରବିନ 3 ଓ ସୁଶ୍ରୀ ଦିବ୍ୟଦର୍ଶିନୀ 2 ଟି ୱିକେଟ ହାସଲ କରିଥିଲେ । ଯାହା ଫଳରେ ଛତିଶଗଡ଼ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ।


ଜବାବରେ ଧାର୍ଯ୍ୟ ଲକ୍ଷକୁ ପିଛା କରି ହାତରେ 5 ୱକେଟ ଥାଇ ମ୍ୟାଚକୁ ଜିତି ନେଇଥିଲା ଓଡିଶା । ଦଳ ପକ୍ଷରୁ ମାଧୁରୀ ମେହେଟା 46, ସରିତା ମେହେର 41, ଅଞ୍ଜଳି ସିଂ 20 ରନ କରିଥିଲେ ଯାହା ଫଳରେ ଓଡିଶା ଏହି ମ୍ୟାଚକୁ ସହଜରେ ଜିତିନେଇଥିଲା । ଆସନ୍ତା ଲିଗ ମ୍ୟାଚରେ ଗୁଜୁରାଟକୁ ଭେଟିବ ଓଡିଶା ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ