କଟକ: ରଣଜୀ ଟ୍ରଫିରେ ଦବଦବା ଜାରି ରଖିଛି ଓଡିଶା । ଓପନର ଶାନ୍ତନୁ ମିଶ୍ରଙ୍କ ଲଢୁଆ ଶତକ ବଳରେ ମଜବୁତ ସ୍ଥିତିରେ ଓଡିଶା । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚର ତୃତୀୟ ଦିନରେ ଓଡିଶା ପଲା ଭାରି ।
3ୟଦିନ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ତା'ର 2ୟ ପାଳିରେ 4 ୱିକେଟ ହରାଇ ସଂଗ୍ରହ କରିଛି 54 ରନ ।
2ୟ ଦିନ ଖେଳ ଶେଷ ସୁଦ୍ଧା 145 ରନରେ 6 ୱିକେଟ ହରାଇଥିଲା ଓଡିଶା । ତେବେ ଆଜି ସକାଳୁ ମ୍ୟାଚ ଆରମ୍ଭ ହେବାପରେ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚଇଥିଲେ ଶାନ୍ତନୁ । ସେ ସର୍ବାଧିକ 110 ରନ କରି 253 ରନରେ ପହଞ୍ଚାଇ ଥିଲେ ଦଳୀୟ ସ୍କୋରକୁ ।
ଜବାବରେ ଶୁକ୍ରବାର ଉତ୍ତରାଖଣ୍ଡ ତା'ର 2ୟ ପାଳିରେ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି । 4 ୱେକେଟ ହରାଇ ମାତ୍ର 54 ରନ ସଂଗ୍ରହ କରିଛି ଦଳ । ବର୍ତ୍ତମାନ ସୁଦ୍ଧା 82 ରନ ପଛରେ ରହିଛି ଉତ୍ତରାଖଣ୍ଡ ଟିମ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ