ETV Bharat / state

ଓଡିଶାରେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, କ୍ରୀଡା ଆୟୋଜନରେ ଯୋଡିହେବ ନୂଆ ଫର୍ଦ୍ଦ

author img

By

Published : Oct 30, 2021, 8:45 PM IST

ବର୍ଷ ୨୦୨୨ ଜାନୁଆରୀ ମାସରେ ଓଡ଼ିଶାରେ ଅନୁଷ୍ଠିତ ହେବ ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା । କଟକର ଜବାହାରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମରେ ଓଡ଼ିଶା ଓପନ ସୁପର -100 ନାମରେ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ(BWF)ର ଇଭେଣ୍ଟ ଖେଳାଯିବ । ଅଧିକ ପଢନ୍ତୁ...

Odisha to host BWF odisha open super 100 tournament
ଓଡିଶା ଆୟୋଜନ କରିବ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, କ୍ରୀଡା ଆୟୋଜନରେ ଯୋଡିହେବ ନୂଆ ଫର୍ଦ୍ଦ

କଟକ: ଆଥଲେଟିକ୍ସ, ହକି, ଟେବୁଲଟେନିସ ପରେ ଓଡିଶା ଆୟୋଜନ କରିବାକୁ ଯାଉଛି ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ । ବର୍ଷ ୨୦୨୨ ଜାନୁଆରୀ ମାସରେ ଓଡ଼ିଶାରେ ଅନୁଷ୍ଠିତ ହେବ ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ।

କଟକର ଜବାହାରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମରେ ଓଡ଼ିଶା ଓପନ ସୁପର -100 ନାମରେ ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ(BWF)ର ଇଭେଣ୍ଟ ଖେଳାଯିବ । ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନର ମୁଖ୍ୟ ଭୂମିକା ଗ୍ରହଣ କରିବେ ଓଡିଶା ସରକାର । ଜାନୁଆରୀ 25ରୁ 30 ତାରିଖ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ଖେଳାଯିବା ନେଇ ସୂଚୀ ରହିଛି ।

ଓଡିଶା ଆୟେଜନ କରିବ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, କ୍ରୀଡା ଆୟୋଜନରେ ଯୋଡିହେବ ନୂଆ ଫର୍ଦ୍ଦ,

ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ଶୀର୍ଷ ଖେଳାଳିମାନେ ଅଶଂଗ୍ରହଣ କରିବେ । ଓଡ଼ିଶା ଏହି ପ୍ରତିଯୋଗିତାକୁ ଆୟୋଜନ କରିବାକୁ ଯାଉଥିବା ନେଇ ରାଜ୍ୟ କ୍ରୀଡ଼ା ବିଭାଗ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି ।

କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ହେଲା ଭାରତରେ ଏହି ପ୍ରତିଯୋଗିତା ଆୟୋଜନ ହୋଇନଥିଲା । କିନ୍ତୁ ଚଳିତବର୍ଷ ଓଡ଼ିଶା ସରକାର ଏହି ପ୍ରତିଯୋଗିତା ପାଇଁ ସମସ୍ତ ଭିତ୍ତିଭୂମି ଓ ପ୍ରୋତ୍ସାହନ ଯୋଗାଇ ଦେବାର ପ୍ରତିଶୃତି ଦେବା ପରେ ବ୍ୟାଡ୍‌ମିଣ୍ଟନ ଓ୍ବାର୍ଲ୍ଡ ଫେଡରେସନ(BWF) ପକ୍ଷରୁ କଟକରେ ଏହାର ଭେନ୍ୟୁ ସ୍ଥିର ହୋଇଛି ।

ଟୁର୍ଣ୍ଣାମେଣ୍ଟରେ ନିର୍ଦ୍ଦିଷ୍ଟ ଭାବେ କେତୋଟି ଦେଶର କେତେ ସଂଖ୍ୟକ ଖେଳାଳି ଭାଗ ନେବେ ଏଯାବତ ସ୍ପଷ୍ଟ ହୋଇନାହିଁ । ମାତ୍ର ଏସିଆ ମହାଦେଶର ବିଭିନ୍ନ ଦେଶର ଷ୍ଟାର ଖେଳାଳି ଏଥିରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି ।

ଗତ 2019 ଓ 2020ରେ ଦୁଇଟି ବଡ଼ ଇଭେଣ୍ଟର ସଫଳ ଆୟୋଜନ କରିଥିଲା ଓଡିଶା । ପ୍ରଥମେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଓ ଏହାପରେ ଖେଲୋ ଇଣ୍ଡିଆ। ଉଭୟ ମେଗା ଇଭେଣ୍ଟ ସଫଳ ଆୟୋଜନ ପରେ ଏହି ମେଗା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାକୁ ମଧ୍ୟ ସଫଳତାର ସହ ଆୟୋଜନ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।

ଟୁର୍ଣ୍ଣାମେଣ୍ଟକୁ ନେଇ ବରିଷ୍ଠ ବ୍ୟାଡ୍‌ମିଣ୍ଟନ କୋଚ୍‌ ଓ ଖେଳାଳି ଖୁସି ବ୍ୟକ୍ତ କରିଥିବାବେଳେ ରାଜ୍ୟ ଅଲମ୍ପିକ୍‌ ସଂଘ, ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ସ୍ବାଗତ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.