କଟକ: ଆସନ୍ତାକାଲି (ଗୁରୁବାର) ବାରବାଟୀରେ ଖେଳାଯିବ ଏଲ୍ଟି ଗ୍ରୁପ ବି'ର ରଣଜୀ କ୍ରିକେଟ ମ୍ୟାଚ । ପଶ୍ଚିମବଙ୍ଗ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ମ୍ୟାଚ । ଏଥିପାଇଁ ଉଭୟ ଦଳ ଆଜି(ବୁଧବାର) ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ପୂର୍ବରୁ ବେଙ୍ଗଲ ବରୋଦାକୁ ୪ ୱିକେଟରେ ମାତ ଦେଇ ୬ ପଏଣ୍ଟ ହାସଲ କରି ସାରିଛି ।
ବର୍ତ୍ତମାନ ପଶ୍ଚିମବଙ୍ଗର ମନୋବଳ ଦୃଢ଼ ରହିଛି । ହାଇଦ୍ରାବାଦ ସହ ଜୋରଦାର ଲଢ଼େଇ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ସେପଟେ ଆସନ୍ତାକାଲି ଏଲ୍ଟି ଗ୍ରୁପ ଏ'ର ଦ୍ୱିତୀୟ ରଣଜୀ ମ୍ୟାଚ୍ ଓଡ଼ିଶା ଓ ସୌରାଷ୍ଟ୍ର ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ । ପୂର୍ବରୁ ଗୋଆ ସହ ପ୍ରଥମ ମ୍ୟାଚ୍ ଡ୍ର କରିଛି ଟିମ୍ ଓଡ଼ିଶା । ଓଡ଼ିଶା ବର୍ତ୍ତମାନ ୩ ପଏଣ୍ଟ ହାସଲ କରିଛି ।
ଭୁବନେଶ୍ବର ବିକାଶ ଗ୍ରାଉଣ୍ଡରେ ବରୋଦା-ଚଣ୍ଡିଗଡ ମଧ୍ୟରେ ମ୍ୟାଚ ଖେଳାଯିବ ମ୍ୟାଚ । ଅନ୍ୟପଟେ ଓଡ଼ିଶା ଦଳ ଦ୍ୱିତୀୟ ମ୍ୟାଚ୍ରେ ବିଜୟ ହାସଲ କରିବାକୁ ସ୍ବତନ୍ତ୍ର ରଣନୀତି ଆପଣାଇବାକୁ ପଡ଼ିବ । ସୌରଷ୍ଟ୍ର ଏକ ଶକ୍ତିଶାଳୀ ଦଳ । ତେବେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଏହି ଦୁଇଟି ମ୍ୟାଚ ବେଶ୍ ରୋମାଞ୍ଚକର ହେବ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ