ETV Bharat / state

ଏଣିକି VLTD ଓ ପାନିକ ବଟନ୍ ବାଧ୍ୟତାମୂଳକ, ଅକ୍ଟୋବର ପହିଲାରୁ ଲାଗୁ ହେବ ନିୟମ

author img

By ETV Bharat Odisha Team

Published : Sep 8, 2023, 8:27 PM IST

ରାଜ୍ୟରେ ବ୍ୟବସାୟିକ ଗାଡିରେ VLTD ଓ ପାନିକ ବଟନ୍ ବାଧ୍ୟତାମୂଳକ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ "ମୋ ସୁରକ୍ଷା ଆପ୍‌" ମଧ୍ୟ ଡେଭେଲପ୍‌ କରାଯାଉଛି । ଅଧିକ ପଢନ୍ତୁ

VLTD ଓ ପାନିକ ବଟନ୍ ବାଧ୍ୟତାମୂଳକ
VLTD and panic buttons mandatory
VLTD and panic buttons mandatory

କଟକ: ରାଜ୍ୟରେ ବ୍ୟବସାୟୀକ ଯାନବାହନ ଚଳାଚଳକୁ ଅଧିକ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଏହାସହ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ରାଜ୍ୟ ପରିବହନ ବିଭାଗ ଉଦ୍ୟମ ଆରମ୍ଭ କରିଛି । ଏଣିକି ଗାଡ଼ିଗୁଡ଼ିକରେ VLTD ବା ଭେଇକିଲ ଲୋକେସନ୍‌ ଟ୍ରାକିଂ ଡିଭାଇସ ଓ ପାନିକ୍ ବଟନ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏହି 2ଟି ଉପରକରଣ ଲଗାଇବା ପାଇଁ ଗାଇଡଲାଇନ ଜାରି ହୋଇଛି । ଆଉ ଏହି ନିୟମର ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛି ପରିବହନ ବିଭାଗ ।

ନୂଆ ଗାଡ଼ିଗୁଡ଼ିକ ପାଇଁ ଅକ୍ଟୋବର 1 ତାରିଖ ରହିଛି ଡେଡ୍‌ଲାଇନ୍‌ । ସେହିପରି ପୁରୁଣା ଗାଡ଼ିଗୁଡ଼ିକ ପାଇଁ 31 ଡିସେମ୍ବର ପର୍ଯ୍ୟନ୍ତ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରିଛି ପରିବହନ ବିଭାଗ । କେବଳ ଏତିକି ନୁହେଁ, ଯାତ୍ରୀଙ୍କ ସୁରକ୍ଷା ପାଇଁ "ମୋ ସୁରକ୍ଷା ଆପ୍‌" ନାମରେ ଏକ ଆପ୍ଲିକେସନ୍‌ ମଧ୍ୟ ଡେଭଲପ୍ କରୁଛି ପରିବହନ ବିଭାଗ । ଆସନ୍ତା ଅକ୍ଟୋବର ପହିଲାରୁ ବିକ୍ରି ହେବାକୁ ଥିବା ସମସ୍ତ ନୂଆ ବ୍ୟବସାୟିକ ଯାନରେ ଲାଗିବ ଭିଏଲଡି ଓ ପାନିକ ବଟନ । ଭିଏଲଟିଡି ଓ ପାନିକ ବଟନ ନଲାଗିଥିଲେ ଗାଡ଼ିର ପଞ୍ଜିକରଣ ହେବ ନାହିଁ ବୋଲି ଚେତାବନୀ ଦେଇଛି ପରିବହନ ବିଭାଗ।

ଏହା ବି ପଢନ୍ତୁ...ଦୁଇଟି ଗାଡିର ଗୋଟିଏ ନମ୍ବର ପ୍ଲେଟ: ଗାଡି ରାଉରକେଲାର, ଫାଇନ କଟିଛି ସମ୍ବଲପୁରରେ

ଏନେଇ ସହକାରୀ ପରିବହନ କମିଶନର ଦିପ୍ତୀ ରଞ୍ଜନ ପାତ୍ର କହିଛନ୍ତି, "ସେପ୍ଟେମ୍ବର 30 ପୂର୍ବରୁ କିଣାଯାଇଥିବା ଗାଡ଼ି ପାଇଁ ମଧ୍ୟ ନିୟମ ଲାଗୁ କରାଯାଇଛି । ସେହି ଗାଡ଼ିଗୁଡିକରେ ଡିସେମ୍ବର 31 ତାରିଖ ସୁଦ୍ଧା ଭିଏଲ୍‌ଡି ଓ ପାନିକ ବଟନ ଲଗାଇବା ବାଧ୍ୟତାମୂଳକ ହୋଇଛି । ଏହି ନିୟମ ଉଲଂଘନ କଲେ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆର୍‌ଟିଓମାନଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି ।"

ଏହା ବି ପଢନ୍ତୁ...ଗାଡ଼ି ଚାଳକ ସାବଧାନ ! HSRP ନମ୍ବର ପ୍ଲେଟ ନଥିଲେ କଟୁଛି ଫାଇନ

ଦୁଇ ଚକିଆ, ରିକ୍ସା ଓ 3 ଚକିଆକୁ ଛାଡ଼ି ସମସ୍ତ ଯାତ୍ରୀ ପରିବହନକାରୀ ଯାନ, ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, କ୍ୟାବ୍, ପ୍ରାଇଭେଟ୍ ସର୍ଭିସ ଗାଡ଼ି ଓ ନ୍ୟାସନାଲ ପରମିଟ୍‌ପ୍ରାପ୍ତ ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.