ETV Bharat / state

ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ, ସ୍ବାସ୍ଥ୍ୟାବସ୍ଥା ସ୍ଥିର ନେଇ ସୂଚନା ଦେଲେ କଟକ ADMO - ଓଡ଼ିଶାରେ ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ

ଓଡ଼ିଶାରେ ପ୍ରଥମ ଥର ଚିହ୍ନଟ ହେଲା ଓମିକ୍ରନ ମାମଲା । ଦୁଇ ବିଦେଶ ଫେରନ୍ତା ଓମିକ୍ରନ ପଜିଟିଭ ଚିହ୍ନଟ । କଟକର ଘରୋଇ ହସ୍ପିଟାଲରେ ଜଣେ ସଂକ୍ରମିତ ଚିକିତ୍ସାଧୀନ । ଅଧିକ ପଢନ୍ତୁ

ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ, ସୂଚନା ଦେଲେ କଟକ ADMO

author img

By

Published : Dec 21, 2021, 1:06 PM IST

Updated : Dec 21, 2021, 3:36 PM IST

କଟକ: ଓଡ଼ିଶାରେ ପ୍ରଥମ ଥର ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଆଜି ଜଣେ ୪୧ ବର୍ଷୀୟ ଏବଂ ଜଣେ ୪୩ ବର୍ଷୀୟ ବିଦେଶ ଫେରାନ୍ତା ଓମିକ୍ରନ ଭୂତାଣୁରେ ସଂକ୍ରମିତ ଥିବା ଜଣାପଡିଛି । ୪୧ ବର୍ଷୀୟ ସଂକ୍ରମିତ କଟକ ଜିଲ୍ଲାର ବାହାରର ହୋଇଥିବାବେଳେ ସେ ଏବେ ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏଡିଏମଓ ସୂଚନା ଦେଇଛନ୍ତି ।

ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ, ସୂଚନା ଦେଲେ କଟକ ADMO

ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କର କୋଭିଡ ରିପୋର୍ଟ ନେଗେଟିଭ ଆସିଛି । ମଙ୍ଗଳବାର ଆଉଥରେ ସମସ୍ତଙ୍କର ଦ୍ୱତୀୟ ଥର ପାଇଁ କରୋନା ପରୀକ୍ଷା କରାଯାଉଛି । ଯଦି ରିପୋର୍ଟ ପଜିଟିଭ ଆସେ ତେବେ ସେମାନଙ୍କ ଜେନମ୍‌ ପରୀକ୍ଷା ପାଇଁ ପଠାଯିବ ବୋଲି ଏଡିଏମଓ କହିଛନ୍ତି । ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣକ ଘରକୁ ଯିବା ପାଇଁ ବ୍ୟସ୍ତ ହେଉଛନ୍ତି । ସେ ଯଦିଓ ସୁସ୍ଥ ଅଛନ୍ତି,ଅବଜରଭେସନ ପାଇଁ ଆହୁରି ୭ ରୁ ୧୦ ଦିନ ରଖାଯିବ

ଓମିକ୍ରନ ସଂକ୍ରମିତ ବ୍ୟକ୍ତି ଜଣକ କଟକ ଜିଲ୍ଲା ବାହାରର ଲୋକ ଏବଂ ନାଇଜେରିଆରୁ ଫେରିବା ପରେ କଟକ ଥୋରିଆ ସାହିର ଏକ ହୋଟେଲରେ କ୍ଵାରେଣ୍ଟିନ୍‌ରେ ଥିଲେ । ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ବର୍ଗରେ ରଖି ତାଙ୍କର ଜେନମ ସିକ୍ବେନ୍ସିଂ ପାଇଁ ପଠାଯିବା ସହ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହିତ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ମଧ୍ୟ କରାଯାଇଥିଲା ।

ଅନ୍ୟ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ଦ୍ବିତୀୟ ବ୍ୟକ୍ତିଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ । ସେ ନିକଟରେ କତାରରୁ ଫେରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 21, 2021, 3:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.