ETV Bharat / state

ଭିସି ଦ୍ବାରା ପୋଲିସ ଡିଜିଙ୍କ କୋଭିଡ ସମୀକ୍ଷା ବୈଠକ

author img

By

Published : May 29, 2020, 9:27 PM IST

ତଦନ୍ତ ସମୟରେ କିମ୍ବା ଅପରାଧୀକୁ ଗିରଫ ସମୟରେ ମାନବିକ ସ୍ପର୍ଶ ଓ ମିଳାମିଶା କମ କରିବାକୁ ଡିଜି ପରାମର୍ଶ ଦେଇଥିଲେ । ପୋଲିସ କାର୍ଯ୍ୟାଳୟ ପରିଷ୍କାର ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ନୀତି ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଢନ୍ତୁ...

ଭିସି ଦ୍ବାରା ପୋଲିସ ଡିଜିଙ୍କ କୋଭିଡ ସମୀକ୍ଷା ବୈଠକ
ଭିସି ଦ୍ବାରା ପୋଲିସ ଡିଜିଙ୍କ କୋଭିଡ ସମୀକ୍ଷା ବୈଠକ

କଟକ: ପୋଲିସ ଡିଜି ଡାକିଲେ ସମୀକ୍ଷା ବୈଠକ । କୋଭିଡ 19 ସମ୍ବନ୍ଧୀୟ ଓ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେଲା ବୈଠକ ।

Odisha police DG review covid situation through VC

ସ୍ବତନ୍ତ୍ର ଡିଜି ଗୁଇନ୍ଦା, ରାଜ୍ୟର ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜି ଏବଂ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବୈଠକରେ ଉପସ୍ଥିତ ଥିଲେ । ଏଥିରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ସୁରକ୍ଷା, ରେଳ ଷ୍ଟେସନରେ ଥିବା ଅଭ୍ୟର୍ଥନା ଗୃହ ସୁରକ୍ଷା ପ୍ରସଙ୍ଗ, ସୀମା ତନଖି ଫାଟକର ସୁରକ୍ଷାର ସୁପରିଚାଳନା ଓ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଏହାସହ କୋଭିଡ 19 ଯୋଦ୍ଧାଙ୍କ ପାଇଁ ସାମାଜିକ ଦୂରତ୍ବ ଆଧାରରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ଉପରେ ମଧ୍ୟ ଡିଜି ଆଲୋଚନା କରିଥିଲେ ।

ସେହିପରି ତଦନ୍ତ ସମୟରେ କିମ୍ବା ଅପରାଧୀକୁ ଗିରଫ ସମୟରେ ମାନବିକ ସ୍ପର୍ଶ ଓ ମିଳାମିଶା କମ କରିବାକୁ ସେ ପରାମର୍ଶ ଦେଇଥିଲେ । ପୋଲିସ କର୍ମଚାରୀଙ୍କ କଲ୍ୟାଣ, ପୋଲିସ କାର୍ଯ୍ୟାଳୟ ପରିଷ୍କାର ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ନୀତି ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ବିଚାର ବିଭାଗୀୟ ପ୍ରୋସିଡିଙ୍ଗ ଓ ଉଚ୍ଚ ନ୍ୟାୟାଳୟ ଦ୍ବାରା ବିଚାରଧୀନ ଥିବା ମାମଲା ପ୍ରସଙ୍ଗ ଓ ବିଚାରଧୀନ ତଦନ୍ତ ମାମଲାଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.