ETV Bharat / state

ଉଭୟ ଭର୍ଚ୍ଚୁଆଲ-ଫିଜିକାଲ ମୋଡରେ ଚାଲିବ ହାଇକୋର୍ଟ କାର୍ଯ୍ୟ

author img

By

Published : Feb 4, 2022, 4:16 PM IST

ଉଭୟ ଭର୍ଚ୍ଚୁଆଲ ଓ ଫିଜିକାଲ ମୋଡ଼ରେ ହାଇକୋର୍ଟ କାର୍ଯ୍ୟ ଚାଲିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ଉଭୟ ଭର୍ଚ୍ଚୁଆଲ-ଫିଜିକାଲ ମୋଡରେ ଚାଲିବ ହାଇକୋର୍ଟ କାର୍ଯ୍ୟ
ଉଭୟ ଭର୍ଚ୍ଚୁଆଲ-ଫିଜିକାଲ ମୋଡରେ ଚାଲିବ ହାଇକୋର୍ଟ କାର୍ଯ୍ୟ

କଟକ: ହାଇବ୍ରିଡ଼ ମୋଡ଼ରେ ଚାଲିବ ଓଡିଶା ହାଇକୋର୍ଟ । ଉଭୟ ଭର୍ଚ୍ଚୁଆଲ ଓ ଫିଜିକାଲ ମୋଡ଼ରେ ଚାଲିବା ପାଇଁ ନିଷ୍ପତ୍ତି ହୋଇଛି । ଏହାସହିତ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଚାଲିବାକୁ ଥିବାବେଳେ ଆସନ୍ତା ଫେବୃଆରୀ ୭ ରୁ ଏହି ବ୍ୟବସ୍ଥା ହାଇକୋର୍ଟରେ ଲାଗୁ ହେବ ବୋଲି ଜଣାପଡ଼ିଛି ।

ଜାନୁଆରୀ ୧୦ରୁ ଫେବୃଆରୀ ୪ ପର୍ଯ୍ୟନ୍ତ କେବଳ ଭିସିରେ ଚାଲୁଥିଲା ହାଇକୋର୍ଟରେ ମାମଲା ପରିଚାଳନା । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିଲା ହାଇକୋର୍ଟଙ୍କ ଅଫିସ । ଏବେ କିନ୍ତୁ ସଂପୂର୍ଣ୍ଣ କର୍ମଚାରୀ ହାଇକୋର୍ଟରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ନୂଆ ଗାଇଡ଼ଲାଇନ ଅନୁଯାୟୀ ହାଇକୋର୍ଟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.