ETV Bharat / state

କାହିଁକି ସିଭିଲ ସର୍ଭିସ 2021ର ଫଳପ୍ରକାଶ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

author img

By

Published : Jul 25, 2023, 4:04 PM IST

ଓଡ଼ିଶା ସିଭିଲ ସର୍ଭିସ ୨୦୨୧ର ଫଳ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ଜାଣନ୍ତୁ କାରଣ

Etv Bharat
Etv Bharat

କଟକ: ଓଡ଼ିଶା ସିଭିଲ ସର୍ଭିସ 2021ର ଫଳ ପ୍ରକାଶ ଉପରେ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ । ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । OPSCକୁ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ବିଚାରପାଇଁ ଗ୍ରହଣ କରିବା ସହ ଏହି ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ।

ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। କେବଳ ସେତିକି ନୁହେଁ ରାଜ୍ୟ ସରକାର ଏକ ମେଡିକାଲ ବୋର୍ଡ ଗଠନ କରିବେ ଏବଂ ଏହି ବୋର୍ଡ ଆବେଦନକାରୀଙ୍କ ପରୀକ୍ଷା କରି ସାର୍ଟିଫିକେଟ ପ୍ରଦାନ କରିବ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ସାର୍ଟିଫିକେଟ କୋର୍ଟରେ ଦାଖଲ କରିବାକୁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଓପିଏସସିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୪ ସପ୍ତାହ ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ ହାଇକୋର୍ଟର ବିଚାରପତି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- ଜେଇ ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC, ଜାଣନ୍ତୁ କେବେ ହେବ ପରୀକ୍ଷା

ଆବେଦନକାରୀ ସତୀଶ କୁମାର ପାଣିଗ୍ରାହୀ ଜଣେ ଦିବ୍ୟାଙ୍ଗ ଅଟନ୍ତି । ମାତ୍ର ତାଙ୍କୁ ସାକ୍ଷାତକାର ପରୀକ୍ଷା ପାଇଁ ଡକା ଯାଇନଥିଲା । ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କ ପାଇଁ ସଂରକ୍ଷିତ ଥିବା ବର୍ଗରେ ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସୁଯୋଗ ଦିଆଯାଉ ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର କୋର୍ଟ ତାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ କୋର୍ଟଙ୍କ ବିନା ଅନୁମତିରେ ଫଳାଫଳ ପ୍ରକାଶ ନ କରିବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ସରକାରୀ ଚାକିରି ଲାଗି ହେଉଥିବା ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖୁନଥିବା ଅନେକ ପରୀକ୍ଷାର୍ଥୀ ଅଭିଯୋଗ କରୁଥିବା ବେଳେ ରବିବାର ଜେଇ ସିଭିଲ ମେନ ପରୀକ୍ଷାକୁ ମଧ୍ୟ ଓଏସଏସସି ପକ୍ଷରୁ ରଦ୍ଦ କରାଯାଇଥିଲା । ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହେବା ଘଟଣା ଜଣାପଡ଼ିବା ପରେ ପରୀକ୍ଷାକୁ ରଦ୍ଦ କରାଯାଇଥିବା ନୂଆ ପରୀକ୍ଷା ତାରିଖ ମଧ୍ୟ କମିଶନ ପକ୍ଷରୁ ପ୍ରକାଶ ପାଇଛି । ଯାହାକୁ ନେଇ ଗତକାଲି କାର୍ଯ୍ୟାଳୟ ଆଗରେ ଗର୍ଜିଥିଲେ ପରୀକ୍ଷାର୍ଥୀ । କାହିଁକି ଏପରି ବାରମ୍ବାର ଘଟୁଛି ? ଦଲାଲ ଗୋଷ୍ଠୀ କିପରି ଏହି ପ୍ରଶ୍ନପତ୍ର ପାଉଛନ୍ତି ? କମିଶନର ଯେଉଁ ଅଧିକାରୀ ଏହି ଦୁର୍ନୀତି କାର୍ଯ୍ୟରେ ସମ୍ପୃକ୍ତ ରହିଛି ତା ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.