କଟକ: ଆଦ୍ରଭୂମି ସୁରକ୍ଷା ମାମଲାରେ ଆଜି ହାଇକୋର୍ଟ(Orissa High Court) ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଚିଲିକା ଓ ଭିତରକନିକାର ସୁରକ୍ଷା ପାଇଁ ଡ୍ରୋନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୪ ଟି ଜିଲ୍ଲାର ଜିଲ୍ଲାପାଳ ଏହାର ବ୍ୟବସ୍ଥା କରିବେ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଳାପାଳ ଏହାର ବ୍ୟବସ୍ଥା କରିବେ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ଟଙ୍କା ଯୋଗାଇବେ ବୋଲି ମାମଲାର ଶୁଣାଣି କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, କଟକ