ETV Bharat / state

ଏସସିବିରେ ଛାତ୍ର ସମସ୍ୟା ସମ୍ପର୍କିତ ମାମଲା, ସମାଧାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ - ଏସସିବିରେ ଛାତ୍ର ସମସ୍ୟା

SCB Medical Students Issue: କଟକ ବଡ଼ ମେଡିକାଲ ଛାତ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଏସସିବିରେ ଛାତ୍ର ସମସ୍ୟା
Odisha High Court
author img

By ETV Bharat Odisha Team

Published : Jan 14, 2024, 10:57 AM IST

କଟକ: ଓଡ଼ିଶା ହାଇକୋର୍ଟରେ କଟକ ବଡ଼ ମେଡିକାଲ ଛାତ୍ର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଏସସିବିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ କର୍ତ୍ତୃପକ୍ଷ ଯତ୍ନଶୀଳ ହେବା ଉଚିତ ବୋଲି କୋର୍ଟ କହିଛନ୍ତି । ହଷ୍ଟେଲରେ କୋଠାର ସ୍ଥିତି, ପରିମଳ, ଶୌଚାଳୟ, ଜଗୁଆଳି, ବିଦ୍ୟୁତ ୱାରିଂ, ଅଶ୍ବସ୍ତିକର ପରିବେଶ ସଂପର୍କିତ ସମସ୍ୟା ଅନୁଧ୍ୟାନ କରି ସମାଧାନ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଓଡିଶାର ଏକ ପ୍ରମୁଖ ମେଡିକାଲ କଲେଜ । ହସ୍ପିଟାଲର ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମସ୍ୟା ସମାଧାନ ପ୍ରସଙ୍ଗରେ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଛାତ୍ରଛାତ୍ରୀଙ୍କ ଆଉ କିଛି ସମସ୍ୟା ଥାଏ ତେବେ ସେମାନେ ଉପଯୁକ୍ତ ଫୋରମର ଦ୍ବାରସ୍ତ ହୋଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଫଳରେ ୧୯୯୮ରୁ ବିଚାରାଧୀନ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡିଛି । ଗୟାଧର ପ୍ରଧାନ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-SCB ଅଗ୍ନି ନିରାପତ୍ତା ମାମଲା, ସାନି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏସସିବି ମେଡିକାଲ କଲେଜ ଛାତ୍ର ସଂସଦ ସଭାପତି ଓ ହଷ୍ଟେଲ ସଂପାଦକ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠି ଆଧାରରେ ୧୯୯୮ରେ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ପୁରୁଣା ଛାତ୍ରାବାସର ଅନ୍ତେବାସୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଚିଠିରେ ଉଲ୍ଲେଖ କରାଯାଇଥିଲା । ଏଥି ସହିତ ଅଶ୍ବସ୍ତିକର ପରିବେଶ ଭିତରେ ହଷ୍ଟେଲରେ ଛାତ୍ରମ‌ାନେ ରହୁଥିବା ତଥ୍ୟ ସମ୍ବଳିତ ଭିଡିଓ କ୍ୟାସେଟ ମଧ୍ୟ ଦାଖଲ କରାଯାଇଥିଲା । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଯିବାରୁ ମୁଖ୍ୟ ବିଚାରପତିଙ୍କୁ ଏହି ଚିଠି ଲେଖା ଯାଇଥିଲା ବୋଲି ଏଥିରେ ଉଲ୍ଲେଖ ରହିଥିଲା ।

ନିକଟରେ ହାଇକୋର୍ଟରେ ଏସସିବିରେ ଅଗ୍ନି ନିରାପତ୍ତା ମାମଲାର ଶୁଣାଣି କରାଯାଇଥିଲା । ଏହି ମାମଲାରେ ସାନି ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନଅ ମାସ ମଧ୍ୟରେ ମେଡିକାଲରେ ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ସମୟ ଲାଗିବ ଏବଂ ଯୁଦ୍ଧକାଳୀନ ଭାବରେ 6 ମାସ ସମୟ ଲାଗିବ ବୋଲି କୋର୍ଟଙ୍କୁ ଅବଗତ କରାଯାଇଥିଲା । କିନ୍ତୁ କୋର୍ଟ ଏହି ସତ୍ୟପାଠକୁ ଗ୍ରହଣ କରିନଥିଲେ । ଏନେଇ ସାନି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ 2 ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.