ETV Bharat / state

ଓଡ଼ିଶା ଇତିହାସରେ ପ୍ରଥମ, ଗୋଟିଏ ଦିନରେ 75 ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ - ଓଡ଼ିଶା ଇତିହାସରେ ପ୍ରଥମ

ହାଇକୋର୍ଟରେ ଗୋଟିଏ ଖଣ୍ଡପୀଠରେ ଗୋଟିଏ ଦିନରେ ୭୫ଟି ବିଚାରଧୀନ ମାମଲାର ଶୁଣାଣି । ଅଧିକ ପଢନ୍ତୁ

Odisha High Court
Odisha High Court
author img

By

Published : Jul 25, 2023, 8:03 AM IST

କଟକ: ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ। ଗୋଟିଏ ଖଣ୍ଡପୀଠରେ ଗୋଟିଏ ଦିନରେ ୭୫ଟି ବିଚାରଧୀନ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଓଡିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପୂର୍ବରୁ ଏହି ରେକର୍ଡ କରାଯାଇଛି । ଜୁଲାଇ ୨୬ ତାରିଖରେ ଓଡିଶା ହାଇକୋର୍ଟ ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ଆସନ୍ତାକାଲି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ୭୫ତମ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ଏହାର ଠିକ ଦୁଇ ଦିନ ପୂର୍ବରୁ ଗୋଟିଏ ଦିନରେ ୭୫ଟି ମାମଲାର ରାୟ ପ୍ରକାଶ କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କୋର୍ଟ । ଜ‌ଷ୍ଟିସ ଦେବବ୍ରତ ଦାଶ ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ

ହାଇକୋର୍ଟର ଏହି ଦୁଇ ଜଣିଆ ଖଣ୍ଡପୀଠ ଗତକାଲି(ସୋମବାର) ୭୫ଟି ମାମଲାର ମାରାଥନ ରାୟ ପ୍ରକାଶ କରିଥିଲେ । ଏହି ସବୁ ମାମଲାଗୁଡିକ ପ୍ରାୟ ୭ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ରହିଥିଲା । ବିଶେଷକରି IPCର ଦଫା ୩୦୨ରେ ରୁଜୁ ହତ୍ୟା ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନର ଦୌରା ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟ ବିରୋଧରେ ଏହି ସବୁ କ୍ରିମିନାଲ ଅପିଲ ଦାଖଲ କରାଯାଇଥିଲା । ୨୦୨୩ ଜୁନ୍ ୨୧ରୁ ଏହି ସବୁ ମାମଲାର ହାଇକୋର୍ଟ ଶୁଣାଣି ଆରମ୍ଭ କରିଥିଲେ । ପୂର୍ଣ୍ଣାଙ୍ଗ ଶୁଣାଣି ପରେ ହାଇକୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି ।

ଦେଶର ବିଚାର ବ୍ୟବସ୍ଥାରେ ଅତ୍ୟାଧୁନିକ ଜ୍ଞାନକୋଶଳର ବ୍ୟବହାର କରାଯାଉଥିବା ବେଳେ, ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଏବେ ନୂଆ ନୀତି ଅବଲମ୍ବନ କରାଯାଉଛି । ହାଇକୋର୍ଟଙ୍କ ଏହିପରି ପଦକ୍ଷେପ ନିହାତି ଭାବେ ଉତ୍ସାହଜନକ । ତେବେ ରାୟ ପ୍ରକାଶ ପାଇଥିବା ଅନେକ ଆବେଦନକୁ ବିଚାର ପାଇଁ ଖଣ୍ଡପୀଠ ଗ୍ରହଣ କରିବା ସହ ନିମ୍ନ ଅଦାଲତ ରାୟଗୁଡିକୁ ରଦ୍ଦ କରିଛନ୍ତି । ଦୀର୍ଘ ବ‌ର୍ଷ ହେବ ଜେଲ୍‌ରେ ଥିବା ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇ ଜେଲ୍‌ରୁ ମୁକ୍ତ ହୋଇଛନ୍ତି । ସେହିପରି ଆଉ କେତେକ ମାମଲାରେ ନିମ୍ନ ଅଦାଲତ ରାୟ ହାଇକୋର୍ଟ ମଧ୍ୟ କାଏମ ରଖିଛନ୍ତି ।

ଜୁଲାଇ 21 ତାରିଖରେ ଓଡ଼ିଶା ହାଇକୋର୍ଟକୁ ମୁଖ୍ୟ ବିଚାରପତି ମିଳିଥିଲା । ଜଷ୍ଟିସ ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନବିଚାରପତିଙ୍କ ସହ ପରାମର୍ଶ କରି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.