ETV Bharat / state

OSSC Paper Leak: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ - ଜୁନିଅର ଇଞ୍ଜିନିୟର ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା

ଜୁନିଅର ଇଞ୍ଜିନିୟର (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 2, 2023, 4:45 PM IST

କଟକ: ଓଡିଶା ଷ୍ଟାଫ ସିଲେକ୍ସନ କମିସନ (OSSC) ଦ୍ବାରା ପରିଚାଳିତ ଜୁନିଅର ଇଞ୍ଜିନିୟର (ସିଭିଲ) ନିଯୁକ୍ତି ସ୍କାମର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସରକାରୀ ପ୍ରେସ ପରିବର୍ତ୍ତେ କୋଲକାତାର ଘରୋଇ ପ୍ରେସରେ ପ୍ରଶ୍ନପତ୍ର ଛପାଯିବାକୁ ନେଇ କୋର୍ଟ ଉଦବେଗ ପ୍ରକାଶ କରିବା ସହ ଆଜି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କୁ ଗିରଫ କରିସାରିଛି ବାଲେଶ୍ଵର ପୋଲିସ ।

ଏହାସହ OSSC ପକ୍ଷରୁ ମେନ ପରୀକ୍ଷା ଦେବାକୁ ବାରଣ କରାଯାଇଥିବା ପିଲାଙ୍କୁ ବି ଆଶ୍ବସ୍ତି ମିଳିଛି । ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଆବେଦନକାରୀ ପ୍ରାର୍ଥୀଙ୍କୁ ପରୀକ୍ଷାରେ ସାମିଲ କରିବାକୁ OSSCକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପରୀକ୍ଷା ଦେଲେ ମଧ୍ୟ ମୂଳ ମାମଲାର ଫଳାଫଳ ଉପରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ନିଯୁକ୍ତି ନିର୍ଭର କରିବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- OSSC Paper Leak: ବର୍ଷାରେ ଭିଜି ଭିଜି ଅଫିସ ସାମ୍ନାରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ

ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବାଲେଶ୍ବର ପୋଲିସ ଏଯାବତ ୧୭ ଜଣଙ୍କୁ ଗିରଫ କରି ସାରିଛି । ପୂର୍ବରୁ ଗିରଫ ହୋଇଥିବା ୯ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପୋଲିସ ଜେରା କରିଥିବା ବେଳେ ସେମାନଙ୍କ ନିକଟରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ପୋଲିସ ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇପାରିଛି । ମାଷ୍ଟର ମାଇଣ୍ଡ ସମେତ ଗିରଫ ହୋଇଥିବା ୮ ଜଣଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯାଇ ଅଧିକ ତଦନ୍ତ କରିବ ବାଲେଶ୍ଵର ପୋଲିସ ।

କେମିତି ହୋଇଥିଲା ପ୍ରଶ୍ନପତ୍ର ଲିକ ?: ଗିରଫ ମାଷ୍ଟର ମାଇଣ୍ଡ ବିହାର ପାଟନା ସରକାର ଅଧୀନରେ ଆକାଉଣ୍ଟ ଜେନେରାଲ ଅଫିସରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ଏହାରି ଭିତରେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ମାଷ୍ଟର ମାଇଣ୍ଡ ବିଶାଲ କୁମାର ଚୌରାଶିଆ ସରକାରୀ ଚାକିରୀ ପାଇଁ ଉଦ୍ଦିଷ୍ଟ ପରୀକ୍ଷାର ପ୍ରଶ୍ନପତ୍ର ଆବେଦନକାରୀଙ୍କୁ ଯୋଗାଇ ଟଙ୍କା ରୋଜଗାର କରିବାର ନୂଆ ଉପାୟ ବାଛି ନେଇଥିଲା। ଏଥିପାଇଁ ସରକାରୀ ପ୍ରଶ୍ନପତ୍ର ପ୍ରିଣ୍ଟ ହେଉଥିବା ସ୍ଥାନରେ ନିଜର ବୁଦ୍ଧି ପ୍ରୟୋଗ କରି ସେମାନଙ୍କ ନିକଟରୁ ପ୍ରଶ୍ନପତ୍ରର ନକଲ କପି ବାହାର କରି ନେଉଥିଲା ।

ଠିକ ସେମିତି ପୂର୍ବରୁ ୨୦୧୨ରେ ଦିଲ୍ଲୀରେ ହୋଇଥିବା ସେଣ୍ଟ୍ରାଲ ଷ୍ଟାଫ ସିଲେକ୍ସନ ପରୀକ୍ଷାରେ ମଧ୍ୟ ବିଶାଲ ପ୍ରଶ୍ନପତ୍ର ଲିକ କରିବା ମାମଲାରେ ତାଙ୍କ ନାମରେ ମଧ୍ୟ ଅଭିଯୋଗ ରହିଛି । ୨୦୧୨ ପରେ ନୀରବ ବସିଥିବା ବିଶାଳ ପୁଣି ଥରେ ଓଡ଼ିଶାର ଜେଇ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ କରିବା ପାଇଁ ଯୋଜନା କରିଥିଲା। ଏଥିପାଇଁ ବିହାରରେ ସରକାରି ପ୍ରଶ୍ନପତ୍ର ଛପା କାରଖାନାରେ ଥିବା ଜଣେ ପ୍ରିଣ୍ଟରଙ୍କ ସହ ଯୋଗାଯୋଗରେ ଆସିଥିଲା ଵିଶାଲ । ସେଠାରେ କାର୍ଯ୍ୟରତ ପ୍ରିଣ୍ଟର ବିରେନ୍ଦ୍ର ସିଂଙ୍କ ଭାଇର ସାଙ୍ଗ ବିଶାଳ ହୋଇଥିବା ବେଳେ ସେ ବିଜେନ୍ଦ୍ରଙ୍କ ସହ ଯୋଗାଯୋଗ କରି ପ୍ରଶ୍ନପତ୍ର ଲିକ କରିବାର ଯୋଜନା କରିଥିଲେ।

ଗତ ଦୁଇମାସ ଧରି ବିଶାଳ ଓ ବିରେନ୍ଦ୍ର ଲଗାତାର ଭାବେ ପ୍ରଶ୍ନପତ୍ର କେମିତି ଲିକ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ ।OSSC ପରୀକ୍ଷାରେ ଆବେଦନ କରିଥିବା ଆବେଦନକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦେଇ ପ୍ରଚୁର ଅର୍ଥ କମାଉଥିଲେ । ଏହାସହ ବିରେନ୍ଦ୍ର କୁମାର ପୂର୍ବରୁ ମଧ୍ୟ ପ୍ରଦେଶରେ ପବ୍ଲିକ ସର୍ଭିସ କମିଶନର ପ୍ରଶ୍ନପତ୍ର ଲିକ କରି ଗିରଫ ହୋଇଥିଲା । ଘଟଣାରେ ସମୁଦାୟ ମାଷ୍ଟର ମାଇଣ୍ଡ ସହ ୧୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ବିହାରରୁ ୬ ଜଣ ରହିଥିବା ବେଳେ ପଶ୍ଚିମବଙ୍ଗରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ ଓ ଓଡ଼ିଶାରୁ ୯ ଜଣଙ୍କୁ ଗିରଫ କରାଯାଇଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.