ETV Bharat / state

ରତ୍ନ ଭଣ୍ଡାର ଚାବି ହଜିବା ମାମଲା: ରିପୋର୍ଟ ସାର୍ବଜନୀନ ପାଇଁ ଆହୁରି ସମୟ ନେଲେ ସରକାର

author img

By ETV Bharat Odisha Team

Published : Jan 17, 2024, 5:25 PM IST

Ratna Bhandar Key Missing Issue: ରତ୍ନଭଣ୍ଡାର ଚାବି ହଜିବା ନେଇ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ହାଇକୋର୍ଟରେ ସାର୍ବଜନୀନ କରିବା ପାଇଁ ପୁଣି ସମୟ ନେଲେ ସରକାର । ହାଇକୋର୍ଟଙ୍କୁ ଆହୁରି ଦୁଇରୁ ତିନି ସମୟ ମାଗିଛନ୍ତି ରାଜ୍ୟ ସରକାର । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢ଼ନ୍ତୁ

ରତ୍ନ ଭଣ୍ଡାର ଚାବି ହଜିବା ମାମଲା
ରତ୍ନ ଭଣ୍ଡାର ଚାବି ହଜିବା ମାମଲା

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା । ହାଇକୋର୍ଟରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ତଥା ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ପୁଣି ସମୟ ନେଲେ ସରକାର । ହାଇକୋର୍ଟଙ୍କୁ ଆହୁରି ଦୁଇରୁ ତିନି ଦିନ ସମୟ ମାଗିଛନ୍ତି ରାଜ୍ୟ ସରକାର । ତେବେ କୋର୍ଟ ମଧ୍ୟ ଏଥିପାଇଁ ମହଲତ ପ୍ରଦାନ କରିଛନ୍ତି । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧର୍ଯ୍ୟ କରିଛନ୍ତି ।

ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବ ଶୁଣାଣିରେ ମଧ୍ୟ ସମୟ ନେଇଥିଲେ ସରକାର। ବାରମ୍ବାର ସରକାର ସମୟ ନେଉଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେବେ ସୁଦ୍ଧା ଷ୍ଟାଟସ୍‌ ରିପୋର୍ଟ ଦାଖଲ କେରିବେ, ସେନେଇ ଜବାବ ଦାଖଲ କରିବାକୁ କୋର୍ଟ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ ଯେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ କେବେ ସାର୍ବଜନୀନ କରାଯିବ ସେନେଇ ସରକାର କୌଣସି ଜବାବ ଦାଖଲ କରୁନାହାନ୍ତି । ସରକାର ବାରମ୍ବାର ସମୟ ନେଇଚାଲିଛନ୍ତି । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି କେବେ ଏହାର ଜବାବ ରଖିବେ ସେନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପ୍ରସଙ୍ଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ଆବେଦନକାରୀ ଦିଲ୍ଲୀପ କୁମାର ବରାଳଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ଆବେଦନରେ ଦର୍ଶାଯାଇଛି ଯେ, ଜୁନ ୬ , ୨୦୧୮ ମସିହାରେ ଜଷ୍ଟିସ ରଘୁବୀର ଦାସଙ୍କ କମିଶନ ଗଠନ କରାଯାଇଥିଲା । ନଭେମ୍ବର ୨୯, ୨୦୧୮ ତାରିଖରେ ତଦନ୍ତ କମିଶନ ରିପୋର୍ଟ ଦାଖଲ କରିଥିଲେ । ମାତ୍ର ଏହି ରିପୋର୍ଟ ସାର୍ବଜନୀନ ମଧ୍ୟ କରାଯାଇନାହିଁ । ସେକ୍ସନ ୩(୪)କୁ ରାଜ୍ୟ ସରକାର ଉଲଙ୍ଘନ କରିଛନ୍ତି ବୋଲି ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି । ଏହି ନିୟମ ଅନୁଯାୟୀ ତଦନ୍ତ କମିଶନଙ୍କ ରିପୋର୍ଟ ଦାଖଲ ହେବାର ୬ ମାସ ମଧ୍ୟରେ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପିତ କରିବା କଥା । ମାତ୍ର ଏହାକୁ ଉଲଙ୍ଘନ କରାଯାଇଛି । ସେହିପରି ରତ୍ନଭଣ୍ଡାରର ସ୍ଥିତି କିପରି ରହିଛି, କେତେ ରତ୍ନ ରହିଛି ଏବଂ ସେଗୁଡିକ କେଉଁ ଅବସ୍ଥାରେ ରହିଛି ସେଗୁଡିକ ମଧ୍ୟ ଯାଞ୍ଚ କରାଯାଇନାହିଁ । ୧୯୭୮ ମସିହାରୁ ସେଗୁଡିକ ଯାଞ୍ଚ କରାଯାଇ ନାହିଁ । ତେଣୁ ସେଗୁଡିକ ଯାଞ୍ଚ କରିବାକୁ ଆବେଦନକାରୀ ହାଇକୋର୍ଟରେ ପାର୍ଥନା କରିଛନ୍ତି । କେବଳ ସେତିକି ନୁହେଁ, ରତ୍ନଭଣ୍ଡାର ଅତି ଦୁର୍ବଳ ଅବସ୍ଥାରେ ରହିଛି । ଖରାଦିନରେ ବି ସେଠାରେ ପାଣି ଝରୁଛି । ତେଣୁ ତାହାର ରକ୍ଷଣାବେକ୍ଷଣ ପାଇଁ ASIକୁ ଦାୟିତ୍ବ ଦିଆଯାଉ ବୋଲି ଆବେଦନକାରୀ ହାଇକୋର୍ଟରେ ପାର୍ଥନା କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.